ମହିନ୍ଦ୍ରା ଫାଇନାନ୍ସ ସିଏସ୍‌ଆର୍‌ ମୁଖ୍ୟ ଧ୍ୟାନକେନ୍ଦ୍ରିତ କ୍ଷେତ୍ର

ଉଚ୍ଚ ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା: ବୃତ୍ତି କାର୍ଯ୍ୟକ୍ରମ

୨୦୧୪-୧୫ ବିତ୍ତୀୟ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର କିଶୋରମାନଙ୍କୁ ଉଚ୍ଚ ଶିକ୍ଷା ହାସଲ କରିବାରେ ସକ୍ଷମ କରିବା ନିମନ୍ତେ ଏମଏମଏଫଏସଏଲ ଏକ ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା l ଏହି ପ୍ରକଳ୍ପ ସମ୍ପର୍କରେ ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:

  • ଉଦ୍ଦେଶ୍ୟ: ପୂର୍ବସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ସେମାନଙ୍କର ଉଚ୍ଚ ଶିକ୍ଷା ହାସଲ କରିବା ନିମନ୍ତେ ଏମଏମଏଫଏସଏଲର ବୃତ୍ତି କାର୍ଯ୍ୟକ୍ରମ ସେମାନଙ୍କୁ ବୃତ୍ତିଗୁଡ଼ିକ ପ୍ରଦାନ କରିବାକୁ ଲକ୍ଷ୍ୟ ରଖେ l ଏହି ବୃତ୍ତିରେ ଭାରତର ପ୍ରାୟ ଅଧିକାଂଶ ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ୨୫,୦୦୦ ଟଙ୍କା ଏବଂ ପୂର୍ବସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିଥିଲା l

  • ପ୍ରକଳ୍ପର ସମୟ ଅବଧି: ଜୁଲାଇରୁ ଜାନୁଆରୀ

  • ହିତାଧିକାରୀମାନେ:ଏହି ବୃତ୍ତି ଗ୍ରାମାଞ୍ଚଳର ଆର୍ଥିକ ସ୍ୱଚ୍ଛଳତା ନ ଥିବା ପରିବାରଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଏ l ଯେଉଁମାନଙ୍କର ଘରୋଇ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ ସେହିମାନଙ୍କୁ ଏମଏମଏଫଏସଏଲ ଲକ୍ଷ୍ୟ ରଖିଥିଲା l

- ପ୍ରତ୍ୟକ୍ଷ ହିତାଧିକାରୀମାନେ: ପୁର୍ବସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ

- ପରୋକ୍ଷ ହିତାଧିକାରୀମାନେ:ଛାତ୍ରଛାତ୍ରୀମାନଙ୍କର ପରିବାରଗୁଡ଼ିକ

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ମହିନ୍ଦ୍ରା ଫାଇନାନ୍ସ ବୃତ୍ତି କାର୍ଯ୍ୟକ୍ରମ ୮୭୦୦ରୁ ଅଧିକ କଲେଜେ ପଢ଼ୁଆ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ହାସଲ କରିବା ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରିଛି l

  • କାର୍ଯ୍ୟକ୍ରମର ସ୍ଥାନ:ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ହରିୟାନା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଗୁଜରାଟ ଏବଂ ରାଜସ୍ଥାନ

ହୁନ୍ନର: ଦକ୍ଷତା ନିର୍ମାଣ ଏବଂ ପେସାଗତ ତାଲିମର ପ୍ରୋତ୍ସାହନ

ଏକ ପ୍ରକଳ୍ପକୁ ଏମଏମଏଫଏସଏଲ ସହଯୋଗ ପ୍ରଦାନ କରେ ଯାହା ଯୁବକମାନଙ୍କୁ ଫାଇନାନ୍ସ ସମ୍ପର୍କିତ ଦକ୍ଷତାଗୁଡ଼ିକ ବିଷୟରେ ତାଲିମ ପ୍ରଦାନ କରେ l ଛାତ୍ରଛାତ୍ରୀମାନଙ୍କୁ ପଢ଼ାଯାଉଥିବା ମଡ୍ୟୁଲର ପାଠ୍ୟସୂଚୀ ନିର୍ଣ୍ଣୟ କରିବାରେ ଏମଏମଏଫଏସଏଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି l

  • ଉଦ୍ଦେଶ୍ୟ: ଏହି ପ୍ରକଳ୍ପ ନିମନ୍ତେ ହାୟେର-ଟ୍ରେନ-ଡିପ୍ଲଏ (ଏଚଟିଡି) ମଡେଲ ମାଧ୍ୟମରେ ଏମଏମଏଫଏସଏଲ ଗ୍ରାମୀଣ ଭାରତର ଦକ୍ଷତାହୀନ ଯୁବକମାନଙ୍କୁ ଦକ୍ଷତାଗୁଡ଼ିକ ସମ୍ବନ୍ଧରେ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖେ, ଯାହା ସେମାନଙ୍କୁ ଏହି କ୍ଷେତ୍ରରେ ପ୍ରବେଶିକା ସ୍ତରର ପଦବୀଗୁଡ଼ିକ ନିମନ୍ତେ ନିଯୁକ୍ତି ସନ୍ଧାନ କରିବାରେ ସକ୍ଷମ କରିବ l

  • ପ୍ରକଳ୍ପର ସମୟ ଅବଧି: ଜୁଲାଇରୁ ଜାନୁଆରୀ

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ନିଯୁକ୍ତି ପାଇବାକୁ ଇଛା କରୁଥିବା ଗ୍ରାମୀଣ ଭାରତର ଦକ୍ଷତାହୀନ ଯୁବକମାନେ l

    -ପରୋକ୍ଷ ହିତାଧିକାରୀମାନେ: ଗୋଷ୍ଠୀଗୁଡ଼ିକ ଏବଂ ଯୁବକମାନଙ୍କର ପରିବାରଗୁଡ଼ିକ

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ୨୨୦୦ ଜଣରୁ ଅଧିକ ବେକାର, ଦକ୍ଷତାହୀନ ଯୁବକ ଆର୍ଥିକ ଦକ୍ଷତାଗୁଡ଼ିକ ବିଷୟରେ ତାଲିମ ଗ୍ରହଣ କରିଥିଲେ l ସେମାନଙ୍କ ମଧ୍ୟରୁ ୧୧୨୨ ଜଣ ସ୍ୱୀକୃତିପ୍ରାପ୍ତ ଥିଲେ ଏବଂ ୬୦୦ ଜଣରୁ ଅଧିକ ବିଏଫଏସଆଇ ଶିଳ୍ପରେ ପ୍ରବେଶିକା ସ୍ତରର ନିଯୁକ୍ତି ପାଇଲେ

  • ସ୍ଥାନ: ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ପଞ୍ଜାବ

ହୁନ୍ନର: ମହିଳାମାନଙ୍କ ନିମନ୍ତେ ଜୀବିକା ତାଲିମ

୨୦୧୫-୧୬ ମସିହାରେ ଏମଏମଏଫଏସଏଲ ଏକ ସ୍ୱତନ୍ତ୍ର ପ୍ରକଳ୍ପକୁ ସହଯୋଗ କରିଥିଲା ଯାହା ସଂଖ୍ୟାଲଘୁ ପରିବାରଗୁଡ଼ିକର ଦକ୍ଷତାହୀନ ମହିଳାମାନଙ୍କୁ ଦକ୍ଷତାଗୁଡ଼ିକ ପ୍ରଦାନ କରି ପେସାଦାର ଡ୍ରାଇଭର କରିବାରେ ଦୃଷ୍ଟି ଦିଏ l ଏହି ପ୍ରକଳ୍ପ ସମ୍ପର୍କରେ ସବିଶେଷ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି:

  • ଉଦ୍ଦେଶ୍ୟ: ମହିଳାମାନଙ୍କର ନିଯୁକ୍ତି କାର୍ଯ୍ୟକ୍ରମଗୁଡ଼ିକ ମହିଳାମାନେ ପାରମ୍ପରିକ ଭାବରେ କରିଆସୁଥିବା କାର୍ଯ୍ୟକଳାପଗୁଡ଼ିକ ସହିତ ଜଡ଼ିତ, ଉଦାହରଣ ରୋଷେଇ, ସିଲେଇ ଇତ୍ୟାଦି l ଏମଏମଏଫଏସଏଲ ଏକ ପ୍ରକଳ୍ପ ହାତକୁ ନେବାକୁ ନିଷ୍ପତ୍ତି ନେଇଥିଲା ଯାହା ମହିଳାମାନଙ୍କ ନିମନ୍ତେ ଉପଲବ୍ଧ ସୁଯୋଗଗୁଡ଼ିକର ପରିସର ବୃଦ୍ଧି କରି ଏବଂ ସେମାନଙ୍କୁ ନିଯୁକ୍ତିଯୋଗ୍ୟ କରି ଜୀବିକାର୍ଜନ ନିମନ୍ତେ ମହିଳାମାନଙ୍କୁ ଅଣପାରମ୍ପରିକ ମାଧ୍ୟମଗୁଡ଼ିକ ବିଷୟରେ ଶିକ୍ଷାପ୍ରଦାନ କରିବାକୁ ଲକ୍ଷ୍ୟ ରଖେ l ଏମଏମଏଫଏସଏଲ ମହିଳା ସଶକ୍ତିକରଣକୁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର କରିବାକୁ ସମର୍ଥନ କରେ ଏବଂ ସେଇଥିପାଇଁ ଏହି ବିଷୟକୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି l ଏହି ପ୍ରକଳ୍ପକୁ ଦୁଇଗୋଟି ଏନଜିଓ ମାଧ୍ୟମରେ କାର୍ଯ୍ୟରେ ଲଗାଗଲା , ଆସୋସିଏସନ ଫର ନନ-ଟ୍ରାଡିସନାଲ ଏମ୍ପ୍ଲଏମେଣ୍ଟ ଫର ଓମେନ (ଏଏନଇଡବ୍ଲୁ) ଏବଂ ଆଜାଦ ଫାଉଣ୍ଡେସନ l

  • ପ୍ରକଳ୍ପର ସମୟ ଅବଧି: ଜାନୁଆରୀରୁ ଡିସେମ୍ବର

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ସମ୍ବଳହୀନ ପରିବାରର ଏବଂ କମ ସାକ୍ଷରତା ସ୍ତରର ମହିଳାମାନଙ୍କୁ ଡ୍ରାଇଭର ତାଲିମ ପ୍ରଦାନ କରାଯାଉଛି l

    - ପରୋକ୍ଷ ହିତାଧିକାରୀମାନେ: ମହିଳାମାନଙ୍କର ପରିବାରଗୁଡ଼ିକ ଏବଂ ସେମାନେ ବାସକରୁଥିବା ଗୋଷ୍ଠୀଗୁଡ଼ିକ

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା ୪୫୦ ଜଣରୁ ଅଧିକ ମହିଳା ତାଲିମ ନିମନ୍ତେ ନାମାଙ୍କନ କରିଥିଲେ l ସେମାନଙ୍କ ମଧ୍ୟରୁ ୨୧୦ ଜଣ ମହିଳା ସ୍ଥାୟୀ ଡ୍ରାଇଭିଙ୍ଗ ଲାଇସେନ୍ସ ଅର୍ଜନ କରିଥିଲେ ଏବଂ ୧୧୦ ଜଣରୁ ଅଧିକ ମହିଳା ପେସାଦାର ଡ୍ରାଇଭର ହିସାବରେ କାର୍ଯ୍ୟ କରୁଛନ୍ତି l

  • ସ୍ଥାନ: ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ

ହୁନ୍ନର: ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ(ପିଡବ୍ଲୁଡି) ନିମନ୍ତେ ଦକ୍ଷତା ତାଲିମ

ନେତୃତ୍ୱ, ସାମାଜିକ, ଯୋଗାଯୋଗ, କମ୍ପ୍ୟୁଟର୍ସ ଏବଂ ମୌଳିକ ଜୀବନ ଦକ୍ଷତାଗୁଡ଼ିକୁ ମିଶାଇ ବିଭିନ୍ନ ପ୍ରକାରର ସ୍ୱତନ୍ତ୍ର ଦକ୍ଷତା ଗଠନ ଅନୁଭବଗୁଡ଼ିକ ଭିନ୍ନକ୍ଷମ ଯୁବକମାନଙ୍କୁ ପ୍ରଦାନ କରିବା ନିମନ୍ତେ ସାର୍ଥକ ଏଯୁକେସନ ଟ୍ରଷ୍ଟ ସହଯୋଗୀତାରେ ଏମଏମଏଫଏସଏଲ ମଧ୍ୟପ୍ରଦେଶର ଭୋପାଳ ଠାରେ ଏକ ଦକ୍ଷତାଭିତ୍ତିକ ତାଲିମ କେନ୍ଦ୍ରର ଆରମ୍ଭ କରିଥିଲା l

୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ରହିଥିବା ଯୁବବର୍ଗଙ୍କୁ ୩ ମାସର ତାଲିମ କାର୍ଯ୍ୟକ୍ରମକୁ ୩ ଗୋଟି ବ୍ୟାପକ କ୍ଷେତ୍ରରେ ପ୍ରଦାନ କରାଯାଏ, ଉଦାହରଣ ସ୍ୱରୂପ ଆଇଟି- ଆଇଟିଇଏସ, ପର୍ଯ୍ୟଟନ ଏବଂ ଆତିଥ୍ୟ, ଅର୍ଗାନାଇଜଡ ରିଟେଲ ଆଣ୍ଡ ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନସିଆଲ ଲିଟେରାସି

ତାଲିମ କାର୍ଯ୍ୟକ୍ରମ ପରେ ଉତ୍ସର୍ଗୀକୃତ ନିଯୁକ୍ତି ଗୋଷ୍ଠୀ ନିଶ୍ଚିତ କରନ୍ତି ଯେ, ପ୍ରାର୍ଥୀମାନେ ଯେପରି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଆନ୍ତି l ଉଦାହରଣ; ପର୍ଯ୍ୟଟନ ଏବଂ ଆତିଥ୍ୟ, ଅର୍ଗାନାଇଜଡ ରିଟେଲ ଏବଂ ଆଇଟି-ଆଇଟିଇଏସ ଭଳି ଭିନ୍ନ ଭିନ୍ନ ନିଯୁକ୍ତି ପ୍ରୋଫାଇଲଗୁଡ଼ିକ ନିମନ୍ତେ ଜବ ଫେୟାର, ଏମ୍ପ୍ଲଏମେଣ୍ଟ ଡ୍ରାଇଭସ, ଇଣ୍ଟରଭ୍ୟୁ ଡ୍ରାଇଭସ ଇତ୍ୟାଦି ଆୟୋଜନ କରି l

  • ଉଦ୍ଦେଶ୍ୟ: ବିଭିନ୍ନ ଶିଳ୍ପଗୁଡ଼ିକରେ ଚାକିରି ଚିହ୍ନଟ ଆୟୋଜନଗୁଡ଼ିକ କରି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଦକ୍ଷତାପୂର୍ଣ୍ଣ ଶ୍ରମଶକ୍ତିର ଚାହିଦା ସୃଷ୍ଟି କରିବାକୁ ଏବଂ କାର୍ଯ୍ୟ ନିର୍ବାହ କରିବାକୁ ପ୍ରାର୍ଥୀମାନଙ୍କୁ ସମର୍ଥ ଏବଂ ଦକ୍ଷ କରି ଗଢ଼ିବାକୁ l

  • ପ୍ରକଳ୍ପର ସମୟ ଅବଧି: ସେପ୍ଟେମ୍ବରରୁ ଅକ୍ଟୋବର

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ:ଗ୍ରାମାଞ୍ଚଳଗୁଡ଼ିକରୁ ପିଡବ୍ଲୁଡି ଯେଉଁମାନେ ନିଯୁକ୍ତି ପାଇବା ନିମନ୍ତେ ଇଛା କରନ୍ତି l

    - ପରୋକ୍ଷ ହିତାଧିକାରୀମାନେ: ପିଡବ୍ଲୁଡିଙ୍କର ଗୋଷ୍ଠୀ ଏବଂ ପରିବାରଗୁଡ଼ିକ

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା ପାଖାପାଖି ୨୦୦ ଜଣ ପିଡବ୍ଲୁଡିଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ୯୨ ଜଣ ପ୍ରାର୍ଥୀ ଗୋଷ୍ଠୀଗୁଡ଼ିକ ନିଯୁକ୍ତି ପାଇଛନ୍ତି l

  • ସ୍ଥାନ:ଭୋପାଳ, ମଧ୍ୟପ୍ରଦେଶ

ଆର୍ଥିକ ସାକ୍ଷରତା ପ୍ରୋତ୍ସାହନ ପ୍ରଦାନ: କ୍ୟାସ୍‌ଲେସ୍‌ ଯାଆନ୍ତୁ

ଏମଏମଏଫଏସଏଲ ଜ୍ଞାନ ସାମଗ୍ରୀଗୁଡ଼ିକ ବଣ୍ଟନ କରିଥିଲା, ଯେମିତିକି ଆଞ୍ଚଳିକ ଭାଷାଗୁଡ଼ିକରେ ପ୍ରଚାରପତ୍ର ଏବଂ ପୋଷ୍ଟରଗୁଡ଼ିକ ଆହୁରି ମଧ୍ୟ ପୋଷ୍ଟରଗୁଡ଼ିକ ବାଣ୍ଟିବା ପୂର୍ବରୁ କିମ୍ବା ପ୍ରଦର୍ଶନ କରିବା ପୂର୍ବରୁ ପ୍ରଚାରପତ୍ରଗୁଡ଼ିକରେ ବିଷୟବସ୍ତୁକୁ ବର୍ଣ୍ଣନା କରିଥିଲା l

  • ଉଦ୍ଦେଶ୍ୟ: ନିଯୁକ୍ତି, ଅର୍ଥନୈତିକ ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସ ନିମନ୍ତେ ମୁଖ୍ୟ ଆବଶ୍ୟକତାଟି ହେଉଛି ଗ୍ରାମାଞ୍ଚଳର ଲୋକମାନଙ୍କର ଫାଇନାନ୍ସ ପ୍ରତି ଉପଯୁକ୍ତ ଅଭିଗମ୍ୟତା l ବିମୁଦ୍ରିକରଣ ଲୋକମାନଙ୍କର ବ୍ୟାଙ୍କ କାର୍ଯ୍ୟ/ନେଣଦେଣର ଧାରାକୁ ବଦଳାଇ କ୍ୟାସଲେସ/ସ୍ମାର୍ଟ ମନୀରେ ପରିଣତ କରିଛି l ନେଣଦେଣର କ୍ୟାସଲେସ ପଦ୍ଧତିଗୁଡ଼ିକ ବିଷୟରେ ବ୍ୟକ୍ତିବିଶେଷମାନଙ୍କୁ ସଚେତନ କରିବା ନିମନ୍ତେ ସେଥିପାଇଁ ଆର୍ଥିକ ନେଣଦେଣଗୁଡ଼ିକ ନିର୍ବାହ କରିବା ନିମନ୍ତେ କ୍ୟାସଲେସ ପଦ୍ଧତିଗୁଡ଼ିକ ଅବଲମ୍ବନ କରିବା ଜରୁରୀ ଅଟେ l

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ଅର୍ଦ୍ଧ ସହର ଏବଂ ଗ୍ରାମାଞ୍ଚଳ ଗୋଷ୍ଠୀଗୁଡ଼ିକର ଲୋକମାନେ l

    - ପରୋକ୍ଷ ହିତାଧିକାରୀମାନେ:ଅଂଶୀଦାରମାନେ ଯେମିତିକି ଗ୍ରାହକ, ଯୋଗାଣକାରୀମାନେ, ଭେଣ୍ଡର, ସହଯୋଗୀ ଏବଂ କର୍ମଚାରୀମାନେ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ଏମଏମଏଫଏସଏଲ ୭ଗୋଟି ରାଜ୍ୟରେ ଗୋ କ୍ୟାସଲେସ ପ୍ରକଳ୍ପକୁ ପ୍ରୟୋଗ କରିଥିଲା l.

  • ସ୍ଥାନ: ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତାମିଲନାଡୁ, ଆନ୍ଧ୍ରପ୍ରଦେଶ

ଶୈକ୍ଷିକ ଭିତ୍ତିଭୂମିକୁ ଦୃଢ଼ତା ପ୍ରଦାନ କରି: ପୌର ବିଦ୍ୟାଳୟଗୁଡ଼ିକୁ ଜ୍ଞାନଦୀପ-ପରିଦର୍ଶନ

ଏମଏମଏଫଏସଏଲ ପ୍ରଚେଷ୍ଟାଗୁଡ଼ିକୁ ହାତକୁ ନେଇଛି ଯାହା ପୌର ବିଦ୍ୟାଳୟଗୁଡ଼ିକର ମୌଳିକ ଆବଶ୍ୟକତାଗୁଡ଼ିକୁ ବିକାଶ କରିବାକୁ ଦୃଷ୍ଟି ଦିଏ l ପୌର ବିଦ୍ୟାଳୟଗୁଡ଼ିକ ଶିକ୍ଷା ପ୍ରଦାନକରିବାର ପ୍ରାଥମିକ ସଂସ୍ଥାନ ହୋଇଥିବାରୁ ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ସେଗୁଡ଼ିକୁ ସୁଦୃଢ଼ କରିବା ଜରୁରୀ ଅଟେ l ଏମଏମଏଫଏସଏଲ କର୍ମଚାରୀମାନେ ପୌର ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ ଉପହାର ବାଣ୍ଟିଲେ ଯେମିତିକି ବିଦ୍ୟାଳୟ ବ୍ୟାଗଗୁଡ଼ିକ, ପାଣି ବୋତଲଗୁଡ଼ିକ, ପାଣି ଟାଙ୍କିଗୁଡ଼ିକ, ଚାଦରଗୁଡ଼ିକ, କମ୍ବଳଗୁଡ଼ିକ, ଶୀତ ପୋଷାକଗୁଡ଼ିକ, ଷ୍ଟେସନେରୀ ସାମଗ୍ରୀ, ୱାଟର ପ୍ୟୁରିଫାୟର, ମିଠା ଫଳ ଏବଂ ଅନ୍ୟ ଜରୁରୀ ସାମଗ୍ରୀଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟିଥିଲେ l ଆହୁରି ମଧ୍ୟ ସେମାନେ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ କ୍ରୀଡ଼ା, ଚିତ୍ରାଙ୍କନ ପ୍ରତିଯୋଗିତାଗୁଡ଼ିକର ଆୟୋଜନ କରିଥିଲେ l

  • ଉଦ୍ଦେଶ୍ୟ: ସୁବିଧାରୁ ବଞ୍ଚିତ ପିଲାମାନଙ୍କୁ ଶିକ୍ଷା ଦାନ କରୁଥିବା ବିଦ୍ୟାଳୟଗୁଡ଼ିକର ମୌଳିକ ସୁବିଧାଗୁଡ଼ିକ ସୁଦୃଢ଼ୀକରଣ କରିବାରେ ସାହାଯ୍ୟ କରିବା ନିମନ୍ତେ ଏମଏମଏଫଏସଏଲ ଲକ୍ଷ୍ୟ ରଖେ l ସଂଖ୍ୟା ଲଘୁ ବିଶିଷ୍ଟ ଲୋକମାନଙ୍କୁ ଗୁଣବତ୍ତାସମ୍ପର୍ଣ୍ଣ ଶିକ୍ଷା ଲାଭ କରିବାରେ କଣ ବାଧା ଦେଉଛି ଏହି କାର୍ଯ୍ୟକଳାପଗୁଡ଼ିକ ମାଧ୍ୟମରେ ମଧ୍ୟ ଏମଏମଏଫଏସଏଲ ଏହାର କର୍ମଚାରୀମାନଙ୍କୁ ସେଥିପ୍ରତି ସଚେତନ ହେବାକୁ ଲକ୍ଷ୍ୟ ରଖେ l

  • ପ୍ରକଳ୍ପର ସମୟ ଅବଧି: ପ୍ରତିବର୍ଷ ଜୁନରୁ ଜାନୁଆରୀ

  • ହିତାଧିକାରୀମାନେ: ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କିମ୍ବା ପୌର ବିଦ୍ୟାଳୟ କିମ୍ବା ଜିଲ୍ଲା ପରିଷଦ ବିଦ୍ୟାଳୟ କିମ୍ବା ଏନଜିଓ ଦ୍ୱାରା ପରିଚାଳିତ କୌଣସି ବିଦ୍ୟାଳୟକୁ ପରିଦର୍ଶନର ଆୟୋଜନ କରାଗଲା ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରାଗଲା l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା:ଏମଏମଏଫଏସଏଲ ୧୯,୫୦୦ରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚିଲା l.

  • ସ୍ଥାନ: ସାରା ଭାରତ

ସ୍ୱାସ୍ଥ୍ୟ ଯାଞ୍ଚ ଶିବିରଗୁଡ଼ିକ

ସୁବିଧାରୁ ବଞ୍ଚିତ ଲୋକମାନଙ୍କୁ ଡାଇବେଟିସ, ଅଷ୍ଟିଓପୋରୋସିସ ଏବଂ ଚକ୍ଷ୍ୟୁ ଯାଞ୍ଚ ଭଳି ଚିକିତ୍ସା ସେବାଗୁଡ଼ିକ ପ୍ରଦାନ କରିବା ନିମନ୍ତେ ଏମଏମଏଫଏସଏଲ ଭାରତ ସାରା ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଗୁଡ଼ିକର କାର୍ଯ୍ୟ ହାତକୁ ନେଲା, ଯେଉଁଠାରେ ମାଗଣା ନିଦାନ ଏବଂ ଔଷଧ ପ୍ରଦାନ କରାଗଲା, ପରବର୍ତ୍ତୀ ଚିକିତ୍ସା କିମ୍ବା ପରାମର୍ଶ ମଧ୍ୟ ପ୍ରଦାନ କରାଗଲା l ଯୋଗ୍ୟତା ସମ୍ପର୍ଣ୍ଣ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନଙ୍କର ଏକ ଦଳ ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ l

  • ଉଦ୍ଦେଶ୍ୟ: ଏମଏମଏଫଏସଏଲ ଦ୍ୱାରା କରାଯାଉଥିବା ସ୍ୱାସ୍ଥ୍ୟ ଶିବିରଗୁଡ଼ିକ ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଗଣାରେ ଗୁଣାତ୍ମକ, ମୌଳିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଲକ୍ଷ୍ୟ ରଖିଥିଲା l

  • ପ୍ରକଳ୍ପର ସମୟ ଅବଧି: ପ୍ରତିବର୍ଷ ଜୁନରୁ ଜାନୁଆରୀ

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ:ଡାଇବେଟିସ, ଅଷ୍ଟିଓପୋରୋସିସ ଏବଂ ଚକ୍ଷୁ ସମସ୍ୟା ଇତ୍ୟାଦି ଭଳି ରୋଗରେ ପୀଡ଼ିତ ଗ୍ରାମାଞ୍ଚଳର ଲୋକମାନେ l

    - ପରୋକ୍ଷ ହିତାଧିକାରୀମାନେ: ଏହି ରୋଗ ଦ୍ୱାରା ପ୍ରଭାବିତ ଲୋକମାନଙ୍କର ଗୋଷ୍ଠୀଗୁଡ଼ିକ ଏବଂ ପରିବାରଗୁଡ଼ିକ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା:ଏମଏମଏଫଏସଏଲ ୧୫,୦୦୦ରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିଛି l

  • ସ୍ଥାନ: ସାରା ଭାରତ

ବିଗତ ଚାରିବର୍ଷ ଠାରୁ ଏମଏମଏଫଏସଏଲ ଲାଇଫଲାଇନ ଏକ୍ସପ୍ରେସକୁ ନିଜର ସହଯୋଗ ପ୍ରଦାନ କରିଥିଲା, ଏହା ଏକ ସ୍ୱତନ୍ତ୍ର ପ୍ରକଳ୍ପ ଯେଉଁଥିରେ ଦେଶର ଦୂରତମ ଜିଲ୍ଲାମାନଙ୍କୁ ଏକ ରେଳ ମାଧ୍ୟମରେ ସ୍ୱାସ୍ଥ୍ୟସେବାଗୁଡ଼ିକ ପ୍ରଦାନ କରାଯାଏ l ଗ୍ରାମାଞ୍ଚଳରେ, ଯେଉଁଠି ଏହିପରି ସୁବିଧାଗୁଡ଼ିକ ପ୍ରତି ଲୋକମାନଙ୍କର ଅଭିଗମ୍ୟତା ସୀମିତ ଏବଂ ଗୁଣବତ୍ତା ମଧ୍ୟ ଦୁର୍ବଳ ଅଟେ ସେହିପରି ଅଞ୍ଚଳଗୁଡ଼ିକରେ ଶାରୀରିକ ବିକଳଙ୍ଗତା ନିମନ୍ତେ ଲାଇଫଲାଇନ ଏକ୍ସପ୍ରେସ ଉଚ୍ଚ ଗୁଣବତ୍ତା ସମ୍ପର୍ଣ୍ଣ ଅସ୍ତ୍ରୋପଚାର ସୁବିଧାଗୁଡ଼ିକ ପ୍ରଦାନ କରେ l ପ୍ରଦାନ କରାଯାଉଥିବା ସୁବିଧାଗୁଡ଼ିକ ହେଉଛି ଗ୍ରହଣ ଖଣ୍ଡିଆ, କାନ, ଆଖି, ଅପସ୍ମାର, ଦାନ୍ତରେ ତ୍ରୁଟିଗୁଡ଼ିକ ଇତ୍ୟାଦି ନିମନ୍ତେ ଅସ୍ତ୍ରୋପଚାରର ଅନ୍ତର୍ଭୁକ୍ତ l

  • ଉଦ୍ଦେଶ୍ୟ: ଗ୍ରାମାଞ୍ଚଳଗୁଡ଼ିକରେ ମୌଳିକ ଭିତ୍ତିଭୂମିର ଅଭାବ ଯୋଗୁଁ ସାଧାରଣ ଅସ୍ତ୍ରୋପଚାର ପଦ୍ଧତିଗୁଡ଼ିକ ନିମନ୍ତେ ଅଭିଗମ୍ୟତା କଷ୍ଟକର ଅଟେ, ଯାହାକି ଜଟିଳ ଅକ୍ଷମତାଗୁଡ଼ିକରୁ ମୁକ୍ତ କରିଦେଇପାରିବ l ଲାଇଫଲାଇନ ଏକ୍ସପ୍ରେସ ଶାରୀରିକ ଅକ୍ଷମତାଗୁଡ଼ିକ ନିମନ୍ତେ ନିରାକରଣ ଏବଂ ଆରୋଗ୍ୟକାରୀ ଡାକ୍ତରୀ ସେବାଗୁଡ଼ିକ ପ୍ରଦାନ କରି ଏହି ସମସ୍ୟାକୁ ବୁଝେ l

  • ପ୍ରକଳ୍ପର ସମୟ ଅବଧି: ଗୋଟିଏ ଆର୍ଥିକ ବର୍ଷରେ ୧ ମାସ

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ଗ୍ରାମାଞ୍ଚଳର ଲୋକମାନେ ଯେଉଁମାନଙ୍କ ନିମନ୍ତେ ଡାକ୍ତରୀ ସେବାଗୁଡ଼ିକ ବିଶେଷକରି ଅସ୍ତ୍ରୋପଚାର ଚିକିତ୍ସା ପାଇବା ଗୋଟିଏ ଚ୍ୟାଲେଞ୍ଜ ଅଟେ l

    - ପରୋକ୍ଷ ହିତାଧିକାରୀମାନେ: ଯେଉଁ ଶାରୀରିକ ଅକ୍ଷମତାଗୁଡ଼ିକ ଅସ୍ତ୍ରୋପଚାର ଚିକିତ୍ସା ଦରକାର କରେ ସେହି ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିଙ୍କର ପରିବାରଗୁଡ଼ିକ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ଶେଷ ତିନିଗୋଟି ଲାଇଫ ଲାଇନ ଏକ୍ସପ୍ରେସ ପ୍ରକଳ୍ପ ମାଧ୍ୟମରେ ଏମଏମଏଫଏସଏଲ ୨୦,୩୦୦ ରୁ ଅଧିକ ହିତାଧିକାରୀମାନଙ୍କ ନିକଟରେ ପହଞ୍ଚିଛି, ଯେଉଁମାନଙ୍କୁ ଦୃଷ୍ଟି ଦୋଷ, ଶ୍ରବଣ ଦୋଷ, ଗ୍ରହଣ ଖଣ୍ଡିଆ, ଅପସ୍ମାର ନିମନ୍ତେ ଚିକିତ୍ସା କରାଗଲା ଏବଂ ରୋଗୀମାନେ ସର୍ଭିକାଲ କର୍କଟ ରୋଗର ନିଦାନ ମଧ୍ୟ ଗ୍ରହଣ କରିଥିଲେ l

  • ସ୍ଥାନ: ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ

ଜୀବନଦାନ:ରକ୍ତଦାନ ଶିବିର

ଜୀବନଦାନ, ରକ୍ତ ଦାନ ହେଉଛି ମହିନ୍ଦ୍ରା ଫାଇନାନ୍ସ ଦ୍ୱାରା ଆୟୋଜନ କରାଯାଉଥିବା ଏକ ଅନ୍ୟତମ ବୃହତ୍ତମ କାର୍ଯ୍ୟ l ପ୍ରତି ବର୍ଷ ପ୍ରତିଷ୍ଠା ଦିବସରେ, ଫାଇନାନସିଆଲ ସର୍ଭିସେସ ସେକ୍ଟର ନିମନ୍ତେ (ଏଫଏସଏସ) ଏଫଏସଏସ ସିଏସଆର ଦିବସ ଭାବରେ ମଧ୍ୟ ପାଳନ କରାଯାଏ, ମହିନ୍ଦ୍ରା ଫାଇନାନ୍ସ ଏହି ଦିବସରେ ଦେଶ ସାରା ଏହାର କାର୍ଯ୍ୟାଳୟଗୁଡ଼ିକରେ ରକ୍ତ ଦାନ ଶିବିରଗୁଡ଼ିକର ଆୟୋଜନ କରେ l

  • ଉଦ୍ଦେଶ୍ୟ: ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ, ବିଶେଷ ଭାବରେ ଗ୍ରାମାଞ୍ଚଳର ଲୋକମାନଙ୍କ ନିମନ୍ତେ ରକ୍ତର ଉପଲବ୍ଧତା କୁ ବିକାଶ କରିବା ପାଇଁ ରକ୍ତ ଦାନ ଶିବିରଗୁଡ଼ିକର ଆୟୋଜନ କରାଗଲା l ଭାରତର ଗ୍ରାମାଞ୍ଚଳର ଲୋକମାନେ ଯେଉଁସବୁ ସମସ୍ୟାଗୁଡ଼ିକର ସାମ୍ନା କରନ୍ତି ସେ ବିଷୟରେ ଏମଏମଏଫଏସଏଲ କର୍ମଚାରୀମାନଙ୍କୁ ସଚେତନ କରିବା ନିମନ୍ତେ ମଧ୍ୟ ଏହା ଲକ୍ଷ୍ୟ ରଖିଥିଲା ଏବଂ ସେମାନେ ସାମ୍ନା କରୁଥିବା ଅବସ୍ଥାଗୁଡ଼ିକର ବିକାଶ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଦାନ କରିବାକୁ ସକ୍ଷମ କରେ l

  • ପ୍ରକଳ୍ପର ସମୟ ଅବଧି:ଅକ୍ଟୋବର ମାସର ପ୍ରଥମ ସପ୍ତାହ

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ଗ୍ରାମାଞ୍ଚଳଗୁଡ଼ିକରେ ଥିବା ରକ୍ତ ଭଣ୍ଡାରଗୁଡ଼ିକ ଯେଉଁଠି ରକ୍ତ ଦାନ କରିବା ନିମନ୍ତେ ଲୋକମାନଙ୍କର ସହଜ ଅଭିଗମ୍ୟତା ନଥାଏ l

    - ପରୋକ୍ଷ ହିତାଧିକାରୀମାନେ: ଗ୍ରାମାଞ୍ଚଳର ଗୋଷ୍ଠୀଗୁଡ଼ିକ ଯେଉଁମାନଙ୍କର ରକ୍ତ ଦାନ କରିବା ନିମନ୍ତେ କମ ଅଭିଗମ୍ୟତା ରହିଛି l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ଏହି ଅଭିଯାନ ମାଧ୍ୟମରେ ୧୫,୫୨୮ ୟୁନିଟ ରକ୍ତ ଦାନ କରାଗଲା l ଏହି କାର୍ଯ୍ୟରେ ମୋଟ ୨୬,୭୮୨ ଜଣ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ l

  • ସ୍ଥାନ: ସାରା ଭାରତ

ଆମ୍ବୁଲାନ୍ସ ଦାନ ଶିବିର

ଗ୍ରାମାଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାକୁ ଅଧିକ ଅଭିଗମ୍ୟଯୋଗ୍ୟ କରିବା ନିମନ୍ତେ ୨୦୧୪-୧୫ ଆର୍ଥିକ ବର୍ଷ ଠାରୁ ଏମଏମଏଫଏସଏଲ ଗ୍ରାମାଞ୍ଚଳଗୁଡ଼ିକର ଡାକ୍ତରଖାନାଗୁଡ଼ିକୁ ଆମ୍ବୁଲାନ୍ସ ଦାନ କାର୍ଯ୍ୟ ହାତକୁ ନେଲା l

  • ଉଦ୍ଦେଶ୍ୟ: ଡାକ୍ତରଖାନାଗୁଡ଼ିକ ରୋଗୀମାନଙ୍କ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବା ନିମନ୍ତେ ଏବଂ ଜରୁରୀ ସମୟରେ ସ୍ୱାସ୍ଥ୍ୟ ସେବାଗୁଡ଼ିକୁ ସହଜରେ ଉପଲବ୍ଧ କରିବା ନିମନ୍ତେ ଆମ୍ବୁଲାନ୍ସ ଦାନ କାର୍ଯ୍ୟ ହାତକୁ ନିଆଗଲା l

  • ପ୍ରକଳ୍ପର ସମୟ ଅବଧି: ଜୁଲାଇରୁ ଡିସେମ୍ବର

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ:ଗ୍ରାମାଞ୍ଚଳଗୁଡ଼ିକରେ ସଂଖ୍ୟାଲଘୁ ଲୋକମାନଙ୍କ ନିମନ୍ତେ ଥିବା ଏବଂ ସେମାନଙ୍କୁ କମ ଖର୍ଚ୍ଚରେ ଡାକ୍ତରୀ ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରଖାନାଗୁଡ଼ିକ/ଏନଜିଓଗୁଡ଼ିକ l

    - ପରୋକ୍ଷ ହିତାଧିକାରୀମାନେ: ସ୍ୱଳ୍ପ ଖର୍ଚ୍ଚରେ ଡାକ୍ତରୀ ଚିକିତ୍ସାର ଅଭିଗମ୍ୟତା ଦରକାର କରୁଥିବା ଗୋଷ୍ଠୀଗୁଡ଼ିକ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ସାରା ଭାରତରେ ବିଭିନ୍ନ ଏନଜିଓଗୁଡ଼ିକୁ ବର୍ତ୍ତମାନ ସୁଦ୍ଧା ୪୭ଟି ଆମ୍ବୁଲାନ୍ସ ଦାନ କରାଯାଇଛି l ଆମ୍ବୁଲାନ୍ସ ଦାନ କାର୍ଯ୍ୟକ୍ରମ ୧,୧୧,୫୦୦ରୁ ଅଧିକ ହିତାଧିକାରୀମାନଙ୍କୁ ପ୍ରଭାବିତ କରିଛି l

  • ସ୍ଥାନ: ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ରାଜସ୍ଥାନ, ହରିୟାନା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ l

ଡାକ୍ତରୀ ଉପକରଣ ଦାନ

ଦେଶରେ ସଂଖ୍ୟାଲଘୁ ଜନସାଧାରଣଙ୍କୁ ସେବା ପ୍ରଦାନ କରୁଥିବା ଅଧିକାଂଶ ଡାକ୍ତରଖାନାଗୁଡ଼ିକରେ ଡାକ୍ତରୀ ଭିତ୍ତିଭୂମି ଦୁର୍ବଳ ଅଟେ l ମହିନ୍ଦ୍ରା ଫାଇନାନ୍ସ ୨୦୧୫-୧୬ ଆର୍ଥିକ ବର୍ଷରେ ଡାକ୍ତରୀ ଉପକରଣ ଦାନ ପ୍ରକଳ୍ପର ଆରମ୍ଭ କରିଥିଲା l ଏହି ପ୍ରକଳ୍ପ ମାଧ୍ୟମରେ ମହିନ୍ଦ୍ରା ଫାଇନାନ୍ସ ପୁଞ୍ଜି ପ୍ରଧାନ ଉପକରଣ ପ୍ରଦାନ କରେ, ଉଦାହରଣ ୟୁଏସଜି ମେସିନଗୁଡ଼ିକ, ଫୋଲଡିଂ ଗାଈନେକୋଲଜିକ ଟେବୁଲଗୁଡ଼ିକ, କଲ୍ପୋସ୍କୋପ ଇତ୍ୟାଦିକୁ ଫାମିଲି ପ୍ଲାନିଂ ଆସୋସିଏସନ ଅଫ ଇଣ୍ଡିଆର ଆଞ୍ଚଳିକ ଶାଖାଗୁଡ଼ିକୁ ପଠାଇଦିଏ l ରୋଗୀମାନଙ୍କୁ ଗୋଟିଏ ସ୍ଥାନରେ ବହୁତଗୁଡ଼ିଏ ସୁବିଧା ରିହାତି ଦରରେ ଉପଲବ୍ଧ କରାଇ ଦାନ କରାଯାଇଥିବା ଏହି ଉପକରଣ କ୍ଲିନିକଗୁଡ଼ିକରେ ସକାରାତ୍ମକ ପରିବର୍ତ୍ତନ ଆଣେ l

ଗ୍ରାମାଞ୍ଚଳଗୁଡ଼ିକର ସୁପ୍ରତିଷ୍ଠିତ ରକ୍ତ ଭଣ୍ଡାରଗୁଡ଼ିକରେ କେନ୍ଦ୍ରଗୁଡ଼ିକ ସ୍ଥାପନ କରିବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ଦ୍ୱାରା ଥାଲାସେମିଆ ଦିବା ଯତ୍ନ କେନ୍ଦ୍ରଗୁଡ଼ିକ ସ୍ଥାପନ କରିବାକୁ ଆମେ ମଧ୍ୟ ଥିଙ୍କ ଫାଉଣ୍ଡେସନକୁ ଆର୍ଥିକ ଭାବରେ ସାହାଯ୍ୟ କରୁ l ତତ୍‍ ସଂଗେ ସଂଗେ ରହିଥିବା କେନ୍ଦ୍ରଗୁଡ଼ିକୁ ଆମେ ମଧ୍ୟ ଔଷଧ ଯୋଗାଇଦେଉ, ଯେମିତି କି ଥାଲାସେମିକ ପିଲାମାନଙ୍କର ହେମୋଗ୍ଲୋବିନ ସ୍ତରଗୁଡ଼ିକ ବଜାୟ ରଖିବାରେ ସାହାଯ୍ୟ କରିବା ନିମନ୍ତେ ଆଇରନ ଚିଲେସନ ବଟିକା l ଗ୍ରାମାଞ୍ଚଳଗୁଡ଼ିକରେ ପ୍ରତିଷ୍ଠିତ ଦିବା ଯତ୍ନ କେନ୍ଦ୍ରଗୁଡ଼ିକ ନିୟମିତ ଯତ୍ନ ପ୍ରଦାନ କରନ୍ତି, କେତେକ ସମୟରେ ଶହ ଶହ କିଲୋମିଟର ଦୂରରୁ ଏହି ସୁବିଧାଗୁଡ଼ିକ ପାଇବା ପାଇଁ ଏଠାକୁ ଆସିଥିବା ହିତାଧିକାରୀମାନଙ୍କୁ ସହଯୋଗ ଏବଂ ଉପଦେଶ ପ୍ରଦାନ କରନ୍ତି l ୬ ବର୍ଷ ବୟସରୁ ଉର୍ଦ୍ଧ୍ୱ କୋମଳମତି ପିଲାମାନଙ୍କର ବଞ୍ଚିବାର ଆଶଙ୍କାକୁ ଏହି ପ୍ରକଳ୍ପ ବୃଦ୍ଧି କରେ l

  • ଉଦ୍ଦେଶ୍ୟ: ଗ୍ରାମୀଣ ଭାରତରେ ଡାକ୍ତରୀ ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ସୁବିଧାରୁ ବଞ୍ଚିତ ଗ୍ରାମାଞ୍ଚଳର ଲୋକମାନଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା l

  • ପ୍ରକଳ୍ପର ସମୟ ଅବଧି: ଜାନୁଆରୀରୁ ଡିସେମ୍ବର

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ଭାରତର ଗ୍ରାମାଞ୍ଚଳର ଲୋକମାନେ ଯେଉଁମାନେ ମୌଳିକ ଡାକ୍ତରୀ ସେବାଗୁଡ଼ିକ ପାଉନାହାଁନ୍ତି l

    - ପରୋକ୍ଷ ହିତାଧିକାରୀମାନେ: ଏହି ଉପକରଣ ମାଧ୍ୟମରେ ଯେଉଁ ବ୍ୟକ୍ତିମାନେ ଡାକ୍ତରୀ ସେବାଗୁଡ଼ିକ ପାଆନ୍ତି ତାଙ୍କର ପରିବାରଗୁଡ଼ିକ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା:ବର୍ତ୍ତମାନ ସୁଦ୍ଧା ଡାକ୍ତରୀ ଉପକରଣ ଦାନ କାର୍ଯ୍ୟକ୍ରମ ଅଧୀନରେ ଉଭୟ ପ୍ରଚେଷ୍ଟାଗୁଡ଼ିକ ୩,୦୦,୦୦୦ ଜଣରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସୁଫଳ ପ୍ରଦାନ କରିଛି l

  • ସ୍ଥାନ: ହରିୟାନା, ଝଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ

ମା ଏବଂ ଛୁଆ ସ୍ୱାସ୍ଥ୍ୟସେବା

ପୋଷଣ ପରିପୂରଣ ମାଧ୍ୟମରେ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଏବଂ ଓଡ଼ିଶା ରାଜ୍ୟର ଯଥାକ୍ରମେ ସିଂହଭୁମ, ପାଲଘର/ଭୀୱାଣ୍ଡି ଏବଂ ଭୁବନେଶ୍ୱରରେ ୩୦ ଗୋଟି ଅତ୍ୟାବଶ୍ୟକ ଭାବରେ ଦରକାର କରୁଥିବା ଗ୍ରାମରେ ଏଫପିଏ ଇଣ୍ଡିଆ ସହଯୋଗୀତାରେ ଏମଏମଏଫଏସଏଲ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟର ବିକାଶ କରୁଛି l

  • ଉଦ୍ଦେଶ୍ୟ: କିଶୋରୀ ବାଳିକାମାନଙ୍କର, ଗର୍ଭବତୀ ମହିଳାମାନଙ୍କର, ସ୍ତନ୍ୟପାନ କରୁଥିବା ମା'ମାନଙ୍କର ଏବଂ ପାଞ୍ଚ ବର୍ଷରୁ କମ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ପୋଷଣ ସ୍ଥିତିର ବିକାଶକୁ ପ୍ରଭାବିତ କରି ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକୁ ବିକାଶ କରିବା, ନିର୍ଦ୍ଧିଷ୍ଟ ଭାବରେ ଗରିବ ଏବଂ ସମ୍ବେଦନଶୀଳ ଲୋକମାନଙ୍କ ମଧ୍ୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ଏବଂ ରୁଗ୍ନତା ହ୍ରାସ କରିବାକୁ ଏବଂ ସେମାନଙ୍କର ଜୀବନ ଧରଣର ମାନଗୁଡ଼ିକୁ ବିକାଶ କରିବାକୁ l

  • ପ୍ରକଳ୍ପର ସମୟ ଅବଧି: ଅଗଷ୍ଟରୁ ସେପ୍ଟେମ୍ବର

  • ହିତାଧିକାରୀମାନେ:

    - ପ୍ରତ୍ୟକ୍ଷ ହିତାଧିକାରୀମାନେ: ଏହି ପ୍ରକଳ୍ପ ୧୫୦୦୦ ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରୁଥିବା ମହିଳା, ୬ ବର୍ଷରୁ କମ ୧୮୦୦୦ ପିଲା, ୧୫,୦୦୦ କିଶୋର ବାଳକ ଏବଂ ବାଳିକାମାନଙ୍କର ଯାଞ୍ଚ କରିବାକୁ ଲକ୍ଷ୍ୟ ରଖେ ଏବଂ ଦୁଇ ବର୍ଷ ଭିତରେ ତିନି ଲକ୍ଷ ଲୋକଙ୍କ ମଧ୍ୟରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଉପରେ ସଚେତନତା ବିସ୍ତାର କରିବାକୁ ଲକ୍ଷ୍ୟ ରଖେ l

    -ପରୋକ୍ଷ ହିତାଧିକାରୀମାନେ: ପ୍ରତ୍ୟକ୍ଷ ହିତାଧିକାରୀମାନଙ୍କର ପରିବାର ସଦସ୍ୟମାନେ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା:୧୧,୨୬୩ ରୁ ଅଧିକ ଲୋକଙ୍କୁ ପରିବ୍ୟାପ୍ତ କରିଛି; ଏମାନଙ୍କ ମଧ୍ୟରୁ ୯,୫୬୯ (୭୮.୧୭%) ଜଣଙ୍କର ପ୍ରକଳ୍ପ ଅଧୀନରେ ଯାଞ୍ଚ କରାଯାଇଛି ଏବଂ ଏମସିଏଚ ସେବାଗୁଡ଼ିକ ଗ୍ରହଣ କରିଛନ୍ତି l

  • ସ୍ଥାନ: ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା

ସ୍ୱଚ୍ଛ ଭାରତ ଅଭିଯାନ: ସଫେଇ ଅଭିଯାନ

ଭାରତକୁ ସଫା କରିବା ଲକ୍ଷ୍ୟରେ ସ୍ଵଚ୍ଛ ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅକ୍ଟୋବର ୨, ୨୦୧୪ ରେ ରାଜଘାଟ, ନୂଆ ଦିଲ୍ଲୀଠାରେ ଲଞ୍ଚ କରାଗଲା l ସ୍ୱଚ୍ଛତା ସୁବିଧାଗୁଡ଼ିକ ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି, ପାଇଖାନା, କଠିନ ଏବଂ ତରଳ ବର୍ଯ୍ୟ ନଷ୍ଟ କରିବା ବ୍ୟବସ୍ଥାଗୁଡ଼ିକ, ଏବଂ ନିରାପଦ ଏବଂ ପ୍ରତ୍ୟେକ ଘରକୁ ଯଥେଷ୍ଟ ପାନୀୟ ଜଳ ଯୋଗାଣ ଏବଂ ଏବଂ ୨ ଅକ୍ଟୋବର, ୨୦୧୯ ମଧ୍ୟରେ ମୋଟାମୋଟି ଭାବରେ ଗ୍ରାମ ସ୍ୱଚ୍ଛତା କରିବାର ଲକ୍ଷ୍ୟ ରହିଛି l ଜାତିର ପିତାଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଏହା ତାଙ୍କ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ l ଏହା ଉଲ୍ଲେଖନୀୟ ଯେ, ପିଏମ ନିଜେ ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି; ରାଜଘାଟ ଠାରେ ସେ ନିଜେ ସାହି ରାସ୍ତା ସଫା କରି ଏହି ଅଭିଯାନର ଆରମ୍ଭ କରିଥିଲେ l ଏପରିକି, ଏହା ସ୍ପଷ୍ଟ ଭାବରେ ଘୋଷଣା କରାଯାଇଛି ଯେ ଏ ଅଭିଯାନଟି କେବଳ ସରକାରଙ୍କର କର୍ତ୍ତବ୍ୟ ନୁହେଁ l ସ୍ୱଚ୍ଛ ଭାରତର ଯୋଜନାକୁ ପୂରଣ କରିବାକୁ ଦେଶର ପ୍ରତ୍ୟେକ ନାଗରିକ ଦେଶକୁ ସଫା ରଖିବାରେ ସମାନ ଭାବରେ ଦାୟୀ ଅଟନ୍ତି l

  • ଉଦ୍ଦେଶ୍ୟ:

    - ବ୍ୟବହାରଗତ ପରିବର୍ତ୍ତନ ଆଣି ସ୍ୱାସ୍ଥ୍ୟକର ସ୍ୱଚ୍ଛତା ଅଭ୍ୟାସଗୁଡ଼ିକ ବିଷୟରେ ଲୋକମାନଙ୍କୁ ସଚେତନ କରିବା

    - ଗୋଷ୍ଠୀ ସ୍ତରରେ ଆବର୍ଜନା ନଷ୍ଟ କରିବାକୁ ଜରୁରୀ ଯୋଗାଡ଼ ପ୍ରଦାନ କରିବା l

  • ପ୍ରକଳ୍ପର ସମୟ ଅବଧି: ଜୁନରୁ ଜାନୁଆରୀ

  • ସ୍ଥାନ:ସାରା ଭାରତ

ହରିୟାଲି ପ୍ରକଳ୍ପ: ବୃକ୍ଷ ରୋପଣ କାର୍ଯ୍ୟ

ଏମଏମଏଫଏସଏଲ ପରିବେଶକୁ ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନେଇଆସୁଛି l କଲେଜ/ବିଦ୍ୟାଳୟ/ଅନାଥାଶ୍ରମ ପରିସରଗୁଡ଼ିକରେ ଚାରାଗୁଡ଼ିକ ରୋପଣ କରାଗଲା, ଯେଉଁଠି ଗୋଷ୍ଠୀ ଦାୟିତ୍ୱପୂର୍ଣ୍ଣ ଅନୁଭବ କରେ ଏବଂ ସେଗୁଡ଼ିକର ଯତ୍ନ ନିଏ l

  • ଉଦ୍ଦେଶ୍ୟ: ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳରେ ସବୁଜ ବଳୟ ବୃଦ୍ଧି କରିବାରେ ସାହାଯ୍ୟ କରି ବ୍ୟାପକ ଜଙ୍ଗଲ କ୍ଷୟର ପ୍ରଭାବକୁ ଏମଏମଏଫଏସଏଲ ହ୍ରାସ କରିବାର ଲକ୍ଷ୍ୟ ରଖେ ଏବଂ ସେମାନଙ୍କୁ ଏମଏମଏଫଏସଏଲର ଲକ୍ଷ୍ୟ ସହିତ ଯୋଡ଼ିଦିଏ l

  • ହିତାଧିକାରୀମାନେ: ବିଦ୍ୟାଳୟଗୁଡ଼ିକ, ସରକାର ଏବଂ ଗୋଷ୍ଠୀଗୁଡ଼ିକ

  • ପ୍ରକଳ୍ପର ସମୟ ଅବଧି: ପ୍ରତିବର୍ଷ ଜୁନରୁ ସେପ୍ଟେମ୍ବର

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ଏମଏମଏଫଏସଏଲ କର୍ମଚାରୀମାନେ ୬,୫୮,୦୦୦ରୁ ଅଧିକ ଚାରା ରୋପଣ କରିଛନ୍ତି

  • ପ୍ରକଳ୍ପର ସ୍ଥାନ:ସାରା ଭାରତ

ସମାନ୍ତର: ବୟସ୍କ, ଭିନ୍ନକ୍ଷମ, ଏବଂ ଅନାଥମାନଙ୍କୁ ସାହାଯ୍ୟ ପ୍ରଦାନ

ଗୋଷ୍ଠୀର ଏହି ଶ୍ରେଣୀର ଲୋକମାନେ ଯେଉଁମାନେ ଅବହେଳିତ ଏବଂ ବହୁଳ ଭାବରେ ଉପେକ୍ଷାର ଶିକାର ହୁଅନ୍ତି ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ ଏମଏମଏଫଏସଏଲ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଚେଷ୍ଟା ଭାବରେ ବିବେଚନା କରେ l

କ) ଅନାଥାଶ୍ରମ/ଜରାଶ୍ରମ/ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଧିଷ୍ଟ ନିବାସକୁ ପରିଦର୍ଶନ କରି
ଏମଏମଏଫଏସଏଲ ଏହାର କର୍ମଚାରୀମାନଙ୍କ ନିମନ୍ତେ ଅନାଥାଶ୍ରମ, ଜରାଶ୍ରମ, ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଧିଷ୍ଟ ନିବାସକୁ ପରିଦର୍ଶନର ଆୟୋଜନ କରିଥିଲା l ଏହି ଭଳି ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ନିକଟକୁ ଏହି ଭଳି ପରିଦର୍ଶନଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସେମାନଙ୍କ ସହିତ ସମୟ କାଟିବା ସହିତ ସେମାନଙ୍କର ଜରୁରୀ ଆବଶ୍ୟକତାଗୁଡ଼ିକ ପ୍ରଦାନ କରି ସେମାନଙ୍କୁ ସହଯୋଗ କରିବା l ଗୋଟିଏ ସଂସ୍ଥାନକୁ ପରିଦର୍ଶନ କରିବାକୁ ଯିବା ପୂର୍ବରୁ ଏମଏମଏଫଏସଏଲର ଆଞ୍ଚଳିକ ସିଏସଆର ଗୋଷ୍ଠୀ ଏକ ଆବଶ୍ୟକତା ଆକଳନ କରିଥିଲା l

  • ଉଦ୍ଦେଶ୍ୟ: ଅନାଥାଶ୍ରମ, ଜରାଶ୍ରମ, ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଧିଷ୍ଟ ନିବାସଗୁଡ଼ିକର ମୌଳିକ ସୁବିଧାଗୁଡ଼ିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିବା ନିମନ୍ତେ ଏମଏମଏଫଏସଏଲ ଏହି କାର୍ଯ୍ୟକୁ ହାତକୁ ନେଇଛି l ଆହୁରି ମଧ୍ୟ ଏହି କାର୍ଯ୍ୟକ୍ରମ ସେମାନଙ୍କର କର୍ମଚାରୀମାନଙ୍କ ମଧ୍ୟରେ ଅନାଥ, ବୟସ୍କ, ଏବଂ ଭିନ୍ନକ୍ଷମମାନେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖେ, ଯେଉଁମାନେ ସବୁବେଳେ ସମାଜ ଦ୍ୱାରା ଉପେକ୍ଷାର ଶିକାର ହୁଅନ୍ତି l

  • ପ୍ରକଳ୍ପର ସମୟ ଅବଧି: ଜୁନରୁ ଜାନୁଆରୀ

  • ହିତାଧିକାରୀମାନେ: ସମାଜର ଅବହେଳିତ ଶ୍ରେଣୀର ଲୋକମାନଙ୍କୁ ନିଜର ସାହାଯ୍ୟ ପ୍ରଦାନ କରିବା ନିମନ୍ତେ ଏବଂ ବୟସ୍କ, ଅନାଥ, ଏବଂ ଭିନ୍ନକ୍ଷମମାନଙ୍କ ସହିତ କାମ କରିବା ନିମନ୍ତେ ଏମଏମଏଫଏସଏଲ ଲକ୍ଷ୍ୟ ରଖେ l

  • ହିତାଧିକାରୀମାନଙ୍କର କ୍ରମବର୍ଦ୍ଧିତ ସଂଖ୍ୟା: ଏମଏମଏଫଏସଏଲ ୪୪୬୬ ପିଲା ଏବଂ ୧୨୯୦ ବୟସ୍କ ଲୋକମାନଙ୍କ ନିକଟରେ ପହଞ୍ଚିଲା l

  • ସ୍ଥାନ: ସାରା ଭାରତ

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000