"ମହିନ୍ଦ୍ରା ଫାଇନାନ୍ସର ଉତ୍ପାଦ ଏବଂ ସେବାଗୁଡ଼ିକ ସହିତ ପୂର୍ଣ୍ଣ ରୂପେ ସନ୍ତୁଷ୍ଟ l ଗୋଟିଏ ବ୍ୟବହୃତ ୱାଗନର କାର ପାଇଁ ଗୋଟିଏ ଋଣ ନେବାକୁ ମୁଁ ବିକଳ୍ପଗୁଡ଼ିକ ଖୋଜୁଥିଲି l ମୋର ଜଣେ ପରିଚିତ ବ୍ୟକ୍ତିଙ୍କ ଠାରୁ ମହିନ୍ଦ୍ରା ଫାଇନାନ୍ସ ସମ୍ପର୍କରେ ଜାଣିବାକୁ ପାଇଲି l ସ୍ପଷ୍ଟ ଭାବରେ କହିବାକୁ ଗଲେ ଆର୍ଥିକ ରୂପରେ ମହିନ୍ଦ୍ରା ଫାଇନାନ୍ସ ହିଁ ଅଧିକ ସୁସଂଗତ ବିକଳ୍ପ ଥିଲା, ତେଣୁ ମୁଁ ତାହା ଆପଣାଇଲି l ମହିନ୍ଦ୍ରା ଫାଇନାନ୍ସ ପ୍ରଦାନ କରୁଥିବା ଉତ୍ପାଦ ଏବଂ ସେବାଗୁଡ଼ିକର ଗୁଣମାନ ସହିତ ମୁଁ ପୂରା ସନ୍ତୁଷ୍ଟ l ଯଦି ମୋର ଅଧିକ ଋଣ ଆବଶ୍ୟକତା ରହିବ, ତେବେ ମୁଁ ନିଶ୍ଚିତ ଭାବରେ ମହିନ୍ଦ୍ରା ଫାଇନାନ୍ସକୁ ଆପଣାଇବି l"
"ମହିନ୍ଦ୍ରା ଫାଇନାନ୍ସରୁ ବର୍ତ୍ତମାନ ସୁଦ୍ଧା 4ଟି ଗାଡ଼ି ଫାଇନାନ୍ସ କରିଛି l ସେବାଗୁଡ଼ିକ ବହୁତ ଭଲ ଅଟେ l କେଉଁଆଡେ ଯିବା ଦରକାର ନାହିଁ, ଇଏମଆଇ ଅସୁଲ କରିବା ନିମନ୍ତେ କାର୍ଯ୍ୟନିର୍ବାହୀମାନେ ଆପଣଙ୍କ ନିକଟକୁ ଆସନ୍ତି l ଠିକ ସମୟରେ ଏନଓସି ପାଇଲି l ସୁଧ ହାର ମଧ୍ୟ ବହୁତ ଭଲ ଅଟେ l ଭବିଷ୍ୟତରେ ମଧ୍ୟ କୌଣସି ପ୍ରକାରର ଗାଡ଼ି ଋଣ ନିମନ୍ତେ ମହିନ୍ଦ୍ରା ଫାଇନାନ୍ସକୁ ପସନ୍ଦ କରିବି l"
"ମୁଁ 2 ବର୍ଷ ହେଲା ଏମଏଫ ସହିତ ଜଡ଼ିତ ରହିଛି I ମୋର ସମ୍ପର୍କୀୟଙ୍କ ଦ୍ୱାରା ଏମଏଫ ବିଷୟରେ ମୋତେ ପ୍ରସ୍ତାବ ଦିଆଯାଇଥିଲା l ଅନ୍ୟମାନଙ୍କର ସୁଧ ହାର ଅପେକ୍ଷା ଏମଏଫ ସୁଧ ହାର ତୁଳନାତ୍ମକ ଭାବରେ କମ୍ ଅଟେ l ମୁଁ ଏମଏଫ କର୍ମଚାରୀମାନଙ୍କ ସହିତ ବହୁତ ଖୁସି ଅଟେ l ଥରେ ମୋର ପରିବାରରେ ଜରୁରୀ ପରିସ୍ଥିତି ହୋଇଥିଲା ଏବଂ ମୁଁ ଗୋଟିଏ ଇଏମଆଇ ପଇଠ କରିପାରିଲି ନାହିଁ, ମୁଁ ସେମାନଙ୍କୁ ଏ ବିଷୟରେ ଜଣାଇଲି ଏବଂ କର୍ମଚାରୀମାନଙ୍କ ଦ୍ୱାରା କୌଣସି ଅସୁବିଧା ସୃଷ୍ଟି କରାଗଲା ନାହିଁ l ଏପରିକି ଯଦି ଇଏମଆଇ ପଇଠ କରିବାରେ ମୋର ବିଳମ୍ବ ହୋଇଯାଏ ତେବେ ସେମାନଙ୍କର ବନ୍ଧୁତ୍ୱପୂର୍ଣ୍ଣ କର୍ମଚାରୀମାନେ ଘରକୁ ନେବା ପାଇଁ ଆସନ୍ତି l"
"ମୋର କାର କିଣିବା ନିମନ୍ତେ 2.5 ବର୍ଷ ପୂର୍ବେ ମୁଁ ମହିନ୍ଦ୍ରା ଫାଇନାନ୍ସରୁ ଗୋଟିଏ ଋଣ ନେଲି l ଋଣ ପ୍ରଦାନ ପଦ୍ଧତି ବହୁତ ଚଞ୍ଚଳ ଅଟେ l ଏହା ପ୍ରଦାନ କରିବାକୁ ମାତ୍ର 3 ଦିନ ସମୟ ଲାଗିଲା l ଶାଖାରେ ଅନୁଭୂତି ଆନନ୍ଦଦାୟକ ଅଟେ, ଇଏମଆଇ ଦେୟ ନିମନ୍ତେ ମୁଁ ଅପେକ୍ଷା କରିବି ନାହିଁ, ଯାହାକି ମୋର ସମୟ ବଞ୍ଚାଇଦିଏ ଏବଂ ସମସ୍ୟାରୁ ମୋତେ ବଞ୍ଚାଇଦିଏ l ଏମଏଫ ସହିତ ମୋର ସମୁଦାୟ ଅନୁଭୂତି ସମ୍ପର୍କରେ ମୁଁ ଖୁସି ଅଟେ I"
"ମୋର ବ୍ୟବସାୟ ନିମନ୍ତେ ଗୋଟିଏ ଜେନସେଟ ନିମନ୍ତେ ମୁଁ 2-3 ବର୍ଷ ପୂର୍ବେ ମହିନ୍ଦ୍ରା ଫାଇନାନ୍ସରୁ ଗୋଟିଏ ଋଣ ନେଲି l ଏଇଟି ହେଉଛି ମହିନ୍ଦ୍ରା ଫାଇନାନ୍ସରୁ ନେଇଥିବା ମୋର ତୃତୀୟ ଋଣ l ଋଣର ପ୍ରକ୍ରିୟାକରଣର ସହଜତାକୁ ମୁଁ ପସନ୍ଦ କରେ l ଆହୁରି ମଧ୍ୟ ଋଣ ପ୍ରଦାନ କରିବା ବହୁତ ଶୀଘ୍ର ଅଟେ l ସେମାନଙ୍କର ଗୋଟିଏ ପ୍ରଭାବଶାଳୀ ଶାଖା ନେଟୱାର୍କ ରହିଛି ଯାହାକି ମୋ ସପକ୍ଷରେ କାର୍ଯ୍ୟ କରେ l ଋଣଟି ମୁଁ ବିହାରରୁ ପାଇଲି ଏବଂ ଏବେ ମୁଁ ଇଏମଆଇ ଦିଲ୍ଲୀ ଶାଖାରେ ପଇଠ କରୁଛି, ଯାହାକି ମୋ ପାଇଁ ସୁବିଧା ହୋଇପାରିଛି l"
ମୁଁ ହେଉଛି ସୁରେଶ, ମୁଁ ଏକ କୃଷକ ପରିବାରରୁ ଆସିଛି । ଯେତେବେଳେ ମୁଁ ମୋର ବ୍ୟବସାୟ ଆରମ୍ଭ କରିବାକୁ ଭାବୁଥିଲି ସେତେବେଳେ ମୁଁ ଅସହାୟ ଥିଲି । ମହିନ୍ଦ୍ରା ଫାଇନାନ୍ସ ମୋତେ ଆବଶ୍ୟକ ଋଣ ଦେବା ପାଇଁ ପ୍ରସ୍ତାବ ଦେଲା, ଯେଉଁଥିରେ ମୁଁ ମହିନ୍ଦ୍ରା ଟୁରିଷ୍ଟର୍ କିଣିଲି । ଯାହାଦ୍ୱାରା ବ୍ୟବସାୟ ଆରମ୍ଭ ହୋଇଗଲା, ମୁଁ ମଧ୍ୟ ମୋର ପରିବାରର କୃଷି ବ୍ୟବସାୟରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଥିଲି । ମୁଁ ମୋର କିସ୍ତି ଦେବାରେ ତତ୍ପର ଥିଲି, ଯେଉଁ କାରଣରୁ ମହିନ୍ଦ୍ରା ଫାଇନାନ୍ସ ମୋତେ ଟ୍ରାକ୍ଟର କିଣିବା ପାଇଁ ଆହୁରି ଏକ ଋଣ ଦେବା ପାଇଁ ପ୍ରସ୍ତାବ ଦେଲା । ମୁଁ ମୋର ଆତ୍ମୀୟସ୍ୱଜନ ଏବଂ ସମ୍ପର୍କୀୟଙ୍କ ପାଇଁ ଆବଶ୍ୟକୀୟ ଋଣ ସକାଶେ ମହିନ୍ଦ୍ରା ଫାଇନାନ୍ସକୁ ସୁପାରିଶ କରିଛି । ମହିନ୍ଦ୍ରା ଫାଇନାନ୍ସର ସହାୟତାରେ, ଉଭୟ ମୋର ଯାତ୍ରା ଏବଂ କୃଷି ବ୍ୟବସାୟରେ ବହୁତ ଉନ୍ନତି ହୋଇଛି ।
"ମୁଁ ଚାଷୀ ପରିବାରରୁ ଆସିଛି; ମୁଁ ଗୋଟିଏ ଟ୍ରାକ୍ଟର କିଣିବାର ନିଷ୍ପତ୍ତିକୁ ମୋର ଜଣେ ବନ୍ଧୁକୁ ଜଣାଇଲି l ସେ ମହିନ୍ଦ୍ରା ଫାଇନାନ୍ସର ଜଣେ ଗ୍ରାହକ ହୋଇଥିବାରୁ ମୋତେ ଟ୍ରାକ୍ଟର ଋଣ ପାଇଁ କମ୍ପାନୀ ବିଷୟରେ କହିଲେ l କମ୍ପାନୀର ସଂପୃକ୍ତ ଟିମ୍ ଖୁବ ଶୀଘ୍ର ମୋତେ ଋଣ ଟଙ୍କା ପ୍ରଦାନ କଲେ ଏବଂ ମୁଁ ଗୋଟିଏ ସପ୍ତାହ ମଧ୍ୟରେ ମୋର ଟ୍ରାକ୍ଟର ପାଇଗଲି l ଏହି ଟ୍ରାକ୍ଟର ସାହାଯ୍ୟରେ ମୋର ଆୟର ସ୍ତର ବୃଦ୍ଧି ଘଟିଛି l ମୋର ଋଣ ପରିଶୋଧ ଶୀଘ୍ର କରିବାକୁ ମୁଁ ନିଶ୍ଚିତ କରେ l ଆସନ୍ତା ବର୍ଷ ଆଉ ଗୋଟିଏ ଟ୍ରାକ୍ଟର କିଣିବାକୁ ମୁଁ ଯୋଜନା କରୁଛି ଏବଂ ସେଥିପାଇଁ ନିଶ୍ଚିତ ଭାବରେ ମୁଁ ମହିନ୍ଦ୍ରା ଫାଇନାନ୍ସକୁ ପସନ୍ଦ କରିବି l"
"ମାସିକ ଦରମା ହିସାବରେ ମୁଁ ଜଣେ ଡ୍ରାଇଭର ଥିଲି ଏବଂ ରୋଜଗାର କମ୍ ଥିଲା l ମୁଁ ସବୁବେଳେ ଗୋଟିଏ ଗାଡ଼ି କରିବାର ସ୍ୱପ୍ନ ଦେଖୁଥିଲି ଏବଂ ମହିନ୍ଦ୍ରା ଫାଇନାନ୍ସର ସାହାଯ୍ୟରେ ସେହି ସ୍ୱପ୍ନ ସତରେ ପରିଣତ ହେଲା l ମୁଁ ଗୋଟିଏ ହ୍ୟୁଣ୍ଡାଇ ଏଅନ କିଣିବାରେ ସକ୍ଷମ ହେଲି ଏବଂ ମୋର ଜୀବନ ଗୋଟିଏ ଗାଡ଼ି ମାଲିକ ଆଉ ଚାଳକ ଭାବରେ ଆରମ୍ଭ କରିଲି ଏବଂ ମୋର ରୋଜଗାରରେ ଏବେ ଉନ୍ନତି ଆସିଛି l ମୋର କିସ୍ତିଗୁଡ଼ିକ ପଇଠ କରିବାରେ ମୁଁ ତତ୍ପର ଥିଲି ଏବଂ ଉତ୍ତମ ଖ୍ୟାତି ସହିତ ଚୁକ୍ତି ସମ୍ପର୍ଣ୍ଣ କରିଲି l ମୋର ଗାଡ଼ି ଉପରେ ପ୍ରାକ-ଅନୁମୋଦିତ ଋଣ ନିମନ୍ତେ ମୁଁ ମଧ୍ୟ ଯୋଗ୍ୟ ଅଟେ ଯାହାକି ମୋତେ ସୁରକ୍ଷିତ ଅନୁଭବ ପ୍ରଦାନ କରେ l"
"ମୁଁ କୁଟ୍ୟାଡି ସହରରେ ଗୋଟିଏ ଦୋକାନ ଚଳାଉଥିଲି ଏବଂ ମୋର ପରିବାର ପୃଷ୍ଠଭୂମି ଭଲ ଥିଲା I ମୋର ନିଜର ଘର କରିବା ନିମନ୍ତେ ସବୁବେଳେ ଗୋଟିଏ ସ୍ୱପ୍ନ ଥିଲା, କିନ୍ତୁ ଆର୍ଥିକ ସଙ୍କଟ ଯୋଗୁଁ ଏବଂ ଅନ୍ୟ ପରିସ୍ଥିତିଗୁଡ଼ିକ ଯୋଗୁଁ ମୁଁ ମୋର ସ୍ୱପ୍ନ ପୁରା କରିବା ନିମନ୍ତେ ଯଥେଷ୍ଟ ଟଙ୍କା ସଞ୍ଚୟ କରିପାରୁ ନଥିଲି I କିନ୍ତୁ ମୋର ସଙ୍କଟ ସମୟରେ ମହିନ୍ଦ୍ରା ଫାଇନାନ୍ସ ମୋତେ ସାହାଯ୍ୟ କରିଲା ଏବଂ ମୋର ରହିଥିବା ଗାଡ଼ି, ମାରୁତି ସୁଜକୀ ଡିଜେୟାର ଭିଡିଆଇ ଉପରେ ଗୋଟିଏ ଟପ ଅପ ଋଣ ପ୍ରଦାନ କରିଲା, ଯାହା ସାହାଯ୍ୟରେ ମୁଁ ମୋର ଘର ତିଆରି କରିବାରେ ସକ୍ଷମ ହେଲି ଏବଂ ମୋର ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହେଲି l"
"2014 ପର୍ଯ୍ୟନ୍ତ ମୁଁ ନାଡୁଭାନୁରରେ ଜଣେ ଟାକ୍ସି ଡ୍ରାଇଭର ସହିତ ଗାଡ଼ି ମାଲିକ ଥିଲି l ମହିନ୍ଦ୍ରା ଫାଇନାନ୍ସ ପ୍ରଦତ୍ତ ଋଣରେ ମୁଁ ଗୋଟିଏ ଚେଭ୍ରଲେଟ ଟାଭେରା ଗାଡ଼ି କିଣିଲି l ପରିବାରର ବଡ଼ ପୁଅ ହୋଇଥିବାରୁ ଭଉଣୀମାନଙ୍କର ବିବାହ ଦାୟିତ୍ୱ ମୋର ଉପରେ ଥିଲା l ମୁଁ ଯେତେବେଳେ ପଇସା ପାଇଁ ସବୁ ଜାଗା ଖୋଜିଲି, ମୋତେ କେହି ସାହାଯ୍ୟ କରିନଥିଲେ l ସେତିକି ବେଳେ ମହିନ୍ଦ୍ରା ଫାଇନାନ୍ସ ମୋର ଗାଡ଼ି ଉପରେ ଗୋଟିଏ ଋଣ ପ୍ରଦାନ କରିଥିଲା l ମୁଁ ଭଲରେ ଭଲରେ ମୋର ଭଉଣୀର ନିର୍ବନ୍ଧର ଆୟୋଜନ କରିପାରିଲି I"
"ମୋର ବାପାଙ୍କ ଦ୍ୱାରା ମୁଁ ମହିନ୍ଦ୍ରା ଫାଇନାନ୍ସ ସହିତ ପରିଚିତ ହେଲି, ଯିଏ କି ମହିନ୍ଦ୍ରା ଫାଇନାନ୍ସର ଜଣେ ଗ୍ରାହକ ଅଟନ୍ତି l ମୁଁ କେରଳରେ ଗୋଟିଏ ବ୍ୟବସାୟ କରୁଛି, ତାହା ଭଲ ଚାଲୁଥିଲା l କିନ୍ତୁ କେରଳରେ ବନ୍ୟା ପରେ ମୋର ବ୍ୟବସାୟ ତଳକୁ ଖସିଗଲା, ସେମାନେ ମୋର ବାପାଙ୍କର ଋଣ ଅବଧିରେ ପ୍ରଦାନ କରିଥିବା ବିଶ୍ୱାସ ଏବଂ ସେବାକୁ ଭିତ୍ତିକରି ମୁଁ ମହିନ୍ଦ୍ରା ଫାଇନାନ୍ସ ପାଖକୁ ଗଲି l ମୋତେ 3ଟି ଜେନେରେଟର ନିମନ୍ତେ ଋଣ ପ୍ରଦାନ କରାଗଲା ଏବଂ ଏହି ସହାୟତାରେ ମୋର ବ୍ୟବସାୟ ଆରମ୍ଭ ହେବାକୁ ଲାଗିଲା ଏବଂ ଆମେ ମଧ୍ୟ ଆନ୍ତର୍ଜାତୀୟ ବଜାରକୁ ଉତ୍ପାଦଗୁଡ଼ିକୁ ରପ୍ତାନୀ କରୁଛୁ l"
“ମୁଁ ବରୋଦାରେ ରହେ ଏବଂ ଗୋଟିଏ କମ୍ପାନୀରେ ଜଣେ ରକ୍ଷଣାବେକ୍ଷଣ ପରିଚାଳକ ଭାବରେ କାର୍ଯ୍ୟ କରେ । 2017ରେ, ମୁଁ ମହିନ୍ଦ୍ରା ଫାଇନାନ୍ସ ଠାରୁ ଏକ ଋଣ ନେଲି । ଋଣ ଅତିଶୀଘ୍ର ଏବଂ ସହଜରେ ବିତରିତ କରାଗଲା । ଋଣ ଅବଧି ମଧ୍ୟରେ କୌଣସି ସମସ୍ୟା ହେବା ସ୍ଥଳରେ, ସହଜ ଏବଂ ଶୀଘ୍ର ସମାଧାନ କମଚାରୀମାନଙ୍କ ଦ୍ୱାରା ଦିଆଯାଏ ।
"ମୁଁ ଏବେ ମହିନ୍ଦ୍ରା ଫାଇନାନ୍ସ ସହିତ 2 ରୁ 3 ବର୍ଷ ହେବ ଜଡ଼ିତ ଅଛି l ମହିନ୍ଦ୍ରା ଫାଇନାନ୍ସ ସହିତ ମୁଁ 2-3 ଦିନରେ ଗୋଟିଏ ଅନୁମୋଦନ ପାଇଲି ଏବଂ ଗୋଟିଏ ସପ୍ତାହରେ ପ୍ରଦାନ l ବ୍ୟକ୍ତିଗତ ଭାବରେ ମୋତେ ପୂର୍ଣ୍ଣ ସହାୟତା ପ୍ରଦାନ କରାଗଲା, ଯାହାକି ମୋତେ ଋଣ କଥା ବୁଝିବାକୁ ସହଜ କରିଦିଏ l ମୁଁ ଅନ୍ୟମାନଙ୍କ ପାଇଁ ମହିନ୍ଦ୍ରା ଫାଇନାନ୍ସ ସୁପାରିଶଏବଂ ଏହି ଭଳି କରୁଥିବି l"
"ମୁଁ ମହିନ୍ଦ୍ରା ଫାଇନାନ୍ସ ସହିତ 10-12 ବର୍ଷ ହେବ ଜଡ଼ିତ ରହିଛି l ମୋର ଅନୁଭୂତି ବହୁତ ଭଲ ଅଛି l ମୋର ଅବଧି ମଧ୍ୟରେ ଥରେ ବ୍ୟକ୍ତିଗତ କାରଣଗୁଡ଼ିକ ଲାଗି 2 ମାସ ଧରି ଇଏମଆଇ ଦେଇ ନଥିଲି ଏବଂ ମହିନ୍ଦ୍ରା ଫାଇନାନ୍ସ ଅନୁଗ୍ରହ ହୋଇଥିଲା l ମୋର ଗାଡ଼ି ନିମନ୍ତେ ମୁଁ ଗୋଟିଏ ପୁନଃ-ଫାଇନାନ୍ସ ପାଇବାର ଯୋଜନା କରୁଛି l ମୁଁ କେବଳ ଏହା ମହିନ୍ଦ୍ରା ଫାଇନାନ୍ସ ଠାରୁ ପାଇବାର ଯୋଜନା କରୁଛି l"
ଇମେଲ୍: [email protected]
ଦେୟମୁକ୍ତ ନମ୍ବର: 1800 233 1234 (ସୋମବାର–ଶନିବାର, ସକାଳ 8 ଟାରୁ ସନ୍ଧ୍ୟା 8 ଟା)
ವಾಟ್ಸಾಪ್ ಸಂಖ್ಯೆ: +91 7066331234
ଏଠାରେ କ୍ଲିକ୍ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ
For illustration purpose only
Total Amount Payable
50000
*
“ମୁଁ ମହିନ୍ଦ୍ରା ଫାଇନାନ୍ସ ସହିତ 5 ବର୍ଷ ଧରି ଜଡ଼ିତ ଅଛି l ପ୍ରଥମେ 2013 ମସିହାରେ ମୁଁ ମହିନ୍ଦ୍ରା ଫାଇନାନ୍ସ ଠାରୁ ଋଣ ନେଲି ଯାହାକି ମୋ ପାଇଁ ଅନ୍ୟ ବ୍ୟାଙ୍କ୍ଗୁଡ଼ିକ ତୁଳନାରେ ବହୁତ ସହଜ ହେଲା l ବହୁତ କମ କାଗଜପତ୍ର କାମ ଏବଂ ଋଣ ପ୍ରଦାନ ବହୁତ ଶୀଘ୍ର l ଏପରିକି ଯେବେ ମୁଁ ଠିକ୍ ସମୟରେ ଇଏମ୍ଆଇ ପଇଠ କରିବାରେ ବିଫଳ ହୋଇଛି ସେତେବେଳେ ଇଏମ୍ଆଇ ଆଦାୟ କରିବା ପାଇଁ ସେମାନେ ଜଣେ କାର୍ଯ୍ୟନିର୍ବାହୀଙ୍କୁ ମୋ ନିକଟକୁ ପଠାନ୍ତି l କର୍ମଚାରୀମାନେ ବନ୍ଧୁ ପରି ଆଚାରଣ ଦେଖାଇଥାନ୍ତି । ଏହି ସବୁ କାରଣରୁ, ମୁଁ 2016 ମସିହାରେ ପୁଣିଥରେ ଋଣ ନେଲି l ମୁଁ ନେଇଥିବା ଉଭୟ ଋଣକୁ ପଇଠ କରିସାରିଛି ଏବଂ ମୁଁ ସେମାନଙ୍କ ଠାରୁ ତୃତୀୟ ଋଣ ନେବାକୁ ଯୋଜନା କରୁଛି l"