ଆମର ଗ୍ରାହକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଅଭିନବ ଉପାୟ ଏବଂ ଲାଭଦାୟକ ଉତ୍ପାଦଗୁଡ଼ିକ ତିଆରି କରିବାକୁ ଆମେ ସୀମା ଡେଇଁ କାମ କରିଥାଉ । ବର୍ତ୍ତମାନରେ ଅଭିବୃଦ୍ଧି ହାସଲ କରିବା ସହ ଆମର ମୂଳ ମୂଲ୍ୟବୋଧଗୁଡ଼ିକ ଭବିଷ୍ୟତର ଗଠନ ଦିଗରେ ଦୃଷ୍ଟି ଦେଇଥାଏ । ଆମେ ଆମର ଗ୍ରାହକମାନଙ୍କର ଆବଶ୍ୟକତା ଏବଂ ଆଶାକୁ ଏକାଠି କରୁ ଏବଂ ସର୍ବୋତ୍ତମ ସେବା ପ୍ରଦାନ କରୁ l
କେବଳ ଆମର ଗ୍ରାହକମାନଙ୍କ ଯୋଗୁଁ ଆମେ ତିଷ୍ଠି ରହିଛୁ ଏବଂ ସମୃଦ୍ଧି ଲାଭ କରିଛୁ । ଆମେ ସବୁବେଳେ ଆମର ଗ୍ରାହକମାନଙ୍କର ପରିବର୍ତ୍ତିତ ଆବଶ୍ୟକତା ଏବଂ ଆଶାଗୁଡ଼ିକୁ ଶୀଘ୍ର, ସୌଜନ୍ୟତାର ସହିତ ଏବଂ ପ୍ରଭାବଶାଳୀ ଭାବରେ ଦୃଷ୍ଟି ଦେଉ ।
ଆମର କାମରେ, ଆମର ଉତ୍ପାଦଗୁଡ଼ିକରେ, ଏବଂ ଗ୍ରାହକ, କର୍ମଚାରୀ ଏବଂ ଅଂଶୀଦାରମାନଙ୍କ ସହ ଆମର କଥାବାର୍ତ୍ତାରେ ଗୁଣବତ୍ତାକୁ ଆମେ ପ୍ରେରଣାଦାୟୀ ମୂଲ୍ୟବୋଧ ଭାବରେ ଗ୍ରହଣ କରିଥାଉ । ‘ପ୍ରଥମ ଥରରେ ଠିକ୍’ ତତ୍ତ୍ୱ ଉପରେ ଆମେ ବିଶ୍ୱାସ କରୁ l
କାର୍ଯ୍ୟ ପାଇଁ ଆମେ ସବୁବେଳେ ସର୍ବୋତ୍ତମ ବ୍ୟକ୍ତିମାନଙ୍କୁ ଚାହିଁଛୁ ଏବଂ ଉନ୍ନତି ପାଇଁ ସେମାନଙ୍କୁ ସ୍ୱାଧୀନତା ଏବଂ ସୁଯୋଗ ପ୍ରଦାନ କରିଛୁ l ଅଭିନବତା, ଉପଯୁକ୍ତ କାରଣଭିତ୍ତିକ ରିସ୍କ ଗ୍ରହଣ ଏବଂ ଚାହିଦାର କାର୍ଯ୍ୟଦକ୍ଷତାକୁ ଆମେ ସମର୍ଥନ କରୁ l
ଆଗ ଭଳି ଆମେ ଦୀର୍ଘ-କାଳୀନ ସଫଳତା ଇଛା କରିବୁ, ଯାହା କି ଆମର ଦେଶର ଆବଶ୍ୟକତାଗୁଡ଼ିକ ସହିତ ମିଶି ରହିଛି l ନୈତିକ ବ୍ୟବସାୟ ମାନକଗୁଡ଼ିକ ସହିତ ବୁଝାବଣା ନ କରି ଆମେ ଏହା କରିବୁ l
ଆମେ ବ୍ୟକ୍ତିବିଶେଷଙ୍କୁ ସମ୍ମାନ କରୁ, ଅନିଚ୍ଛା ପ୍ରକାଶ କରିବାର ଅଧିକାରକୁ ବଜାୟ ରଖୁ ଏବଂ ଅନ୍ୟମାନଙ୍କର ସମୟ ଏବଂ ପ୍ରଚେଷ୍ଟାଗୁଡ଼ିକୁ ସମ୍ମାନ ଦେଉ l ଆମର କାର୍ଯ୍ୟଗୁଡ଼ିକ ମାଧ୍ୟମରେ ଆମେ ନ୍ୟାୟ, ବିଶ୍ୱାସ ଏବଂ ସ୍ୱଚ୍ଛତାକୁ ଉତ୍ସାହିତ କରିଥାଉ ।
ଏହା ସୁଯୋଗର ଏକ କଥା ନୁହେଁ ଯେ ଆମେ ଭାରତର ଅଗ୍ରଣୀ ଅଣ-ବ୍ୟାକିଙ୍ଗ ଫାଇନାନ୍ସ କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟୁ । ଏକ ସମ୍ପୂର୍ଣ୍ଣ ଦୃଷ୍ଟିକୋଣ ଏବଂ ନିର୍ଦ୍ଧାରିତ ଉଦ୍ୟମ ହିଁ ଆମକୁ ସାମର୍ଥ୍ୟତା ବୃଦ୍ଧି କରିବାରେ ସହାୟତା କରିଛି ଯାହା କେବଳ ଆମକୁ ଭିନ୍ନ କରୁନାହିଁ, ବରଂ ଆମକୁ ଅଧିକ ଶକ୍ତି ଏବଂ ଆତ୍ମ -ଆଶ୍ୱାସନ ସହିତ ଆଗକୁ ବଢିବା ପାଇଁ ମଧ୍ୟ ସାହାଯ୍ୟ କରୁଛି ।
କର୍ମଚାରୀ ସାମର୍ଥ୍ୟ
ଆମେ କେବଳ ସେହି ପ୍ରାର୍ଥୀକୁ ନିଯୁକ୍ତ କରୁ ନାହୁଁ ଯିଏ ଯୋଗ୍ୟ ଅଟନ୍ତି, ବରଂ ଯିଏକି ନିଜର ସାମାଜିକ ପରିବେଶ ଏବଂ ସ୍ଥିତି ବିଷୟରେ ସଚେତନ ଅଟନ୍ତି ତାଙ୍କୁ ନିଯୁକ୍ତ କରୁ । ତେଣୁକରି, ସେମାନେ ନିଜର ସ୍ଥାନୀୟ ଅଭିଜ୍ଞତା ସହ ଗ୍ରାହକଙ୍କର ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିପାରିବେ । ଆମେ ଆମର ଡିଲରମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖୁ ଯାହା ଆମର କର୍ମଚାରୀମାନଙ୍କୁ ସର୍ବଦା ସକ୍ରିୟ ଏବଂ ଦକ୍ଷ ହେବାକୁ ସକ୍ଷମ କରେ ।
ଗଭୀର ଜ୍ଞାନ
ଉଦ୍ୟୋଗରେ ଦୁଇ ଦଶନ୍ଧି ଧରି ଉପସ୍ଥିତି ସହିତ, ଆମେ ଅର୍ଦ୍ଧ-ସହର ଏବଂ ଗ୍ରାମାଞ୍ଚଳର ବ୍ୟାପକ ଜ୍ଞାନକୁ ଏକାଠି କରିଛୁ । ଏହି ଜ୍ଞାନ ହିଁ ଆମକୁ ଆମର ଗ୍ରାହକଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁସାରେ ଉତ୍ପାଦ ଏବଂ ସେବା ଉନ୍ନତ କରିବାକୁ ସକ୍ଷମ କରାଏ । ଏହା ମଧ୍ୟ କାରଣ ଅଟେ କି ଆମେ କିଛି କମ୍ପାନୀ ମଧ୍ୟରୁ ଗୋଟିଏ ଅଟୁ ଯିଏକି ନିଜର ଗ୍ରାହକଙ୍କର ବର୍ତ୍ତମାନ ପରିସ୍ଥିତି ପରିବର୍ତ୍ତେ ଭବିଷ୍ୟତ ପୁନଃପରିଶୋଧ କ୍ଷମତାକୁ ଆଧାର କରି ଋଣ ପ୍ରଦାନ କରୁ ।
ବ୍ୟବସାୟ ମଡେଲ୍
ଆମର ଲଗାତର ପ୍ରୟାସ ଯେ ଆମେ ମୂଳ ସ୍ତରରେ କୌଶଳକୁ ବିକାଶିତ କରିବୁ । ଏହି ଭାବନାକୁ ରଖି, ଆମେ 20000ରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିଛୁ ଏବଂ ତାଙ୍କୁ ବଢିବାରେ ସାହାଯ୍ୟ କରୁ ।
ଗ୍ରାହକଙ୍କର ବଡ ସଂଖ୍ୟା
ଆମର ବଡ ଶକ୍ତି କେବଳ ଆମର ଅଧିକ ଏବଂ 4 ନିୟୁତରୁ ଅଧିକ ସନ୍ତୁଷ୍ଟ ଗ୍ରାହକମାନଙ୍କ ଉପରେ ଆଧାରିତ ଅଟେ । ସେମାନେ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହର ଭାରତର ଜୀବନରେ ସୁଧାର ଆଣିବା କ୍ଷେତ୍ରରେ ଆମର ଅସୀମିତ ସମର୍ପଣର ସାକ୍ଷ୍ୟ ଅଟନ୍ତି ।
ଶକ୍ତିଶାଳୀ ପରିବାର
ସମଗ୍ର ଦେଶରେ ମହିନ୍ଦ୍ରା ଗ୍ରୁପ୍ର ପରିବାର ଏବଂ ଡିଲରମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ଆମକୁ ନିଜର ସାଥୀମାନଙ୍କ ଉପରେ ରଖେ ।
ଗ୍ରାହକଙ୍କ ଆବଶ୍ୟକତା
ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ହେଉଛି ଶୀଘ୍ର ଋଣ ବିତରଣ ପ୍ରକ୍ରିୟା । ସର୍ବନିମ୍ନ ଦସ୍ତାବିଜକରଣ ଏବଂ ଅଧିକ ନମନୀୟତା ସହିତ, ଆମେ ଋଣ ସାଧାରଣତଃ 2 ଦିନ ମଧ୍ୟରେ ପ୍ରଦାନ କରିଥାଉ । ଆମ ପାଖରେ ଅନୁକୂଳିତ ପୁନଃପରିଶୋଧ କାର୍ଯ୍ୟସୂଚୀ ରହିଛି ଯାହା ଋଣ ପୁନଃପରିଶୋଧ କରିବା କ୍ଷେତ୍ରରେ ସର୍ବାଧିକ ନମନୀୟତାର ଗ୍ୟାରେଣ୍ଟି ସହିତ ଡିଜାଇନ୍ କରାଯାଇଛି ।
ବିସ୍ତୃତ ନେଟୱାର୍କ
ଦେଶରେ ଆମର 1380+ ଶାଖାର ବିସ୍ତୃତ ନେଟୱାର୍କ ସୁନିଶ୍ଚିତ କରେ ଯେ ଆପଣ ମହିନ୍ଦ୍ରା ଫାଇନାନ୍ସ ଶାଖା ଠାରୁ ବହୁତ ଦୂରରେ ନାହାଁନ୍ତି ।
Email: [email protected]
Toll free number: 1800 233 1234 (ସୋମବାର–ଶନିବାର, ସକାଳ 8 ଟାରୁ ସନ୍ଧ୍ୟା 8 ଟା)
(Except National Holidays)
WhatsApp number: 7066331234
ଏଠାରେ କ୍ଲିକ୍ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ
For illustration purpose only
Total Amount Payable
50000