ଗୌଣ ସୁବିଧାଗୁଡ଼ିକ ମହିନ୍ଦ୍ରା ଫାଇନାନ୍ସ

ମହିନ୍ଦ୍ରା ଫାଇନାନ୍ସରେ ଆମେ ଯାହା କରୁ ସବୁବେଳେ ଆମର ଗ୍ରାହକମାନଙ୍କର ଆବଶ୍ୟକତାଗୁଡ଼ିକୁ କେନ୍ଦ୍ରରେ ରଖି କରୁ l ଏହା ଆମର ପରିବାରକୁ ବଢାଇବାରେ ପ୍ରେରଣା ଯୋଗାଏ ଏବଂ ଉତ୍କୃଷ୍ଟ ସେବାଗୁଡ଼ିକ ସହିତ ପ୍ରଦାନ କରାଯାଉଥିବା ନୈପୁଣ୍ୟ ମାଧ୍ୟମରେ ଆମର ଗ୍ରାହକମାନଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବାରେ ପ୍ରେରଣା ଯୋଗାଏ l ଆମର ଅନ୍ୟ ସଫଳ ଉଦ୍ୟମଗୁଡ଼ିକ ହେଉଛି ମହିନ୍ଦ୍ରା ଇନସୁରାନ୍ସ ବ୍ରୋକର୍ସ ଲିମିଟେଡ଼ (ଏମଆଇବିଏଲ), ମହିନ୍ଦ୍ରା ରୁରାଲ ହାଉସିଂ ଲିମିଟେଡ଼(ଏମଆରଏଚଏଫଏଲ୍) ଏବଂ ମହିନ୍ଦ୍ରା ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ପ୍ରାଇଭେଟ ଲିମିଟେଡ଼ (ଏମଏଏମସିପିଏ ଲ୍) l

Brokers

ଆମେ ଏମିତି ସମୟରେ ବାସ କରୁଛେ ଯେଉଁଠି ଆସନ୍ତାକାଲିର ଅନିର୍ଦ୍ଧିଷ୍ଟତାଗୁଡ଼ିକ ଦାଉରୁ ସୁରକ୍ଷିତ ରହିବା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଅଟେ l ଏହି ଆବଶ୍ୟକତାକୁ ଆମର ସହାୟକ ମହିନ୍ଦ୍ରା ଇନସୁରାନ୍ସ ବ୍ରୋକର୍ସ ଲିମିଟେଡ୍‌ (ଏମଆଇବିଏଲ) ବୁଝିକରି 3600 ବୀମା ସମାଧାନଗୁଡ଼ିକ ପ୍ରଦାନ କରେ, ବହୁବିଧ ଆବଶ୍ୟକତାଗୁଡ଼ିକ ନିମନ୍ତେ ଏବଂ ଆମର ବିଭିନ୍ନ କିସମର ଗ୍ରାହକମାନଙ୍କର ରିସ୍କ ପ୍ରୋଫାଇଲଗୁଡ଼ିକ ନିମନ୍ତେ ପ୍ରସ୍ତୁତ କରାଯାଇଛି l ପ୍ରାୟ 1.3 ମିଲିୟନ ଖୁଚୁରା ଗ୍ରାହକମାନଙ୍କୁ ପ୍ରତ୍ୟକ୍ଷ ବୀମା ବ୍ରୋକିଙ୍ଗ ପ୍ରଦାନ କରିବାବେଳେ ଏବଂ ବହୁ ସଂଖ୍ୟକ କର୍ପୋରେଟ ଗ୍ରାହକମାନଙ୍କୁ ବୁଝିବା ବେଳେ ଅଣ-ଜୀବନ ବୀମା ଏବଂ ଜୀବନ ବୀମା ଭାଗଗୁଡ଼ିକରେ କମ୍ପାନୀ ଅନେକ ପ୍ରକାରର ଯୋଜନାଗୁଡ଼ିକ ମଧ୍ୟ ପ୍ରଦାନ କରେ l

ଏମଆଇବିଏଲ ଏହାର ଗ୍ରାହକମାନଙ୍କର ବୀମା ଆବଶ୍ୟକତାଗୁଡ଼ିକୁ ଏବଂ ରିସ୍କ ପ୍ରୋଫାଇଲକୁ ସବିଶେଷ ଭାବରେ ଏବଂ ପୁଙ୍ଖାନୁପୁଙ୍ଖ ଭାବରେ ବୁଝି ମୂଲ୍ୟ ପ୍ରଦାନ କରିବାକୁ ପ୍ରତିବଦ୍ଧ ଅଟେ l ଅଧିକ ଅଭିନବପୂର୍ଣ୍ଣ, ସ୍ୱଳ୍ପ ବ୍ୟୟଯୁକ୍ତ ଏବଂ କଷ୍ଟୋମାଇଜଡ଼ ବୀମା ସମାଧାନଗୁଡ଼ିକ ପ୍ରସ୍ତୁତ କରିବାରେ ଏହା ସାହାଯ୍ୟ କରେ l ଏବଂ ଗୁଣବତ୍ତାର ଉଚ୍ଚ ମାନକକୁ କଡ଼ାକଡ଼ି ଭାବରେ ମାନିବା ହିଁ ପ୍ରମାଣ ଦିଏ ଯେ, ଗୁଣବତ୍ତା ପରିଚାଳନା ବ୍ୟବସ୍ଥାଗୁଡ଼ିକ ନିମନ୍ତେ ମର୍ଯ୍ୟାଦାଜନକ ISO 9001:2008 ପ୍ରମାଣୀକରଣ ପାଇଥିବା ଭାରତର ସ୍ୱଳ୍ପ କେତେଗୋଟି ବୀମା ବ୍ରୋକିଙ୍ଗ କମ୍ପାନୀଗୁଡ଼ିକ ମଧ୍ୟରୁ ଏହା ଏକ ଅନ୍ୟତମ କମ୍ପାନୀ ଅଟେ l

ଏମଆଇବିଏଲକୁ ଜୀବନ ଏବଂ ଅଣ-ଜୀବନ ବ୍ୟବସାୟଗୁଡ଼ିକରେ ଡାଇରେକ୍ଟ ବୀମା ବ୍ରୋକିଙ୍ଗକୁ ହାତକୁ ନେବାକୁ ସକ୍ଷମ କରାଇ ବୀମା ନିୟାମକ ଏବଂ ବିକାଶ ପ୍ରାଧୀକରଣ (ଆଇଆରଡିଏ) ଦ୍ୱାରା ମେ, ୨୦୦୪ରେ ଏମଆଇବିଏଲକୁ ଡାଇରେକ୍ଟ ବ୍ରୋକର୍ସ ଲାଇସେନ୍ସ ମଞ୍ଜୁର କରାଗଲା l ଗ୍ରାହକମାନଙ୍କୁ କଷ୍ଟୋମାଇଜଡ଼ ସମାଧାନଗୁଡ଼ିକ ପ୍ରଦାନ କରୁଥିବାର ଶପଥକୁ ପୂରଣ କରାଇବା ନିମନ୍ତେ ଏମଆଇବିଏଲ ନିଜକୁ ବିଭିନ୍ନ ପବ୍ଲିକ ଏବଂ ପ୍ରାଇଭେଟ ବୀମା କମ୍ପାନୀଗୁଡ଼ିକ ସହିତ ତାଲିକାଭୁକ୍ତ କରିଛି l ସେପ୍ଟେମ୍ବର 2011ରେ, ଆଇଆରଡିଏ ଦ୍ୱାରା ଏମଆଇବିଏଲକୁ କମ୍ପୋଜିଟ ବ୍ରୋକର ଲାଇସେନ୍ସ ମଞ୍ଜୁର କରାଗଲା, ସେଥିପାଇଁ ପ୍ରତ୍ୟକ୍ଷ ବ୍ରୋକିଙ୍ଗ ସହିତ ପୁନଃବୀମା ବ୍ରୋକିଙ୍ଗ ବ୍ୟବସାୟକୁ ଆସୁଛି l ଗୋଟିଏ ସମୁଦାୟ ବୀମା ରିସ୍କ ସମାଧାନ ପ୍ରଦାନକାରୀ ଭାବରେ ଏମଆଇବିଏଲ ମଧ୍ୟ ଗ୍ରାହକମାନଙ୍କର ପୋର୍ଟଫୋଲିଓ ପରିଚାଳନାରେ ଏକ ଅବିଛିନ୍ନ ଭୂମିକା ଗ୍ରହଣ କରେ l

ଆମର ଲକ୍ଷ୍ୟ:

"ରାଜସ୍ୱ ହିସାବରେ 2015 ସୁଦ୍ଧା ଭାରତର ନଂ.1 ବୀମା ବ୍ରୋକର ହେବା l"

କୌଶଳପୂର୍ଣ୍ଣ ସହଭାଗିତା

ବିଶେଷକରି ସମୂହ ବଜାରଗୁଡ଼ିକରେ ବୀମା ପ୍ରଦାନ କରିବା ନିମନ୍ତେ କମ ଖର୍ଚ୍ଚର ବୈଷୟିକ ସମାଧାନଗୁଡ଼ିକର ବ୍ୟବହାରରେ ଆଇଆରପିଏଲର ଆନ୍ତର୍ଜାତୀୟ ଜ୍ଞାନ ଏବଂ ଅନୁଭୂତିକୁ ଆଣି କମ୍ପାନୀର ସେବାଗୁଡିକୁ ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ବାସ କରୁଥିବା ଗ୍ରାହକମାନଙ୍କୁ ପ୍ରଦାନ କରିବା ନିମନ୍ତେ ସେପ୍ଟେମ୍ବର ୨୦୧୨ରେ ମହିନ୍ଦ୍ରା ବୀମା ବ୍ରୋକର୍ସ ଲିମିଟେଡ଼ (ଏମଆଇବିଏଲ) ଇନକୁଲଜନ ରିସୋର୍ଷେସ ପ୍ରାଇଭେଟ ଲିମିଟେଡ଼ (ଆଇଆରପିଏଲ) ସହିତ, ଯାହାକି ସିଙ୍ଗାପୁରସ୍ଥିତ ଲିପଫ୍ରଗ୍ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼ (ଏମଏମଏଫଏସଏଲ)ର ଏକ ସହଯୋଗୀ ଅଟେ ଏବଂ ଏହାର ମୁଖ୍ୟ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼ (ଏମଏମଏଫଏସଏଲ) ସହିତ ନିଶ୍ଚିତ ଚୁକ୍ତିଗୁଡ଼ିକ କରିଛି l ଏହା ସହିତ, ବିଶ୍ୱସ୍ତରରେ ପୁନଃବୀମାରେ ଆଇଆରପିଏଲର ନୈପୁଣ୍ୟ ଏବଂ ସହଯୋଗ ଯୋଗୁଁ କମ୍ପାନୀକୁ ପୁନଃବୀମା ବ୍ରୋକିଙ୍ଗ ବ୍ୟବସାୟରେ ସହାୟତା ପ୍ରଦାନ କରିବା ନିମନ୍ତେ ଆଇଆରପିଏଲ କମ୍ପାନୀକୁ ବିଶ୍ୱସ୍ତରୀୟ ବିଭିନ୍ନ ପୁନଃବୀମା ପ୍ରଦାନକାରୀମାନଙ୍କ ସହିତ ଯୋଡ଼ିବାରେ ସାହାଯ୍ୟ କରିବ l

ସେବା ପାଉନଥିବା ଏସିଆ ଏବଂ ଆଫ୍ରିକାର ଲୋକମାନଙ୍କୁ ବୀମା ଯୋଗାଉଥିବା କମ୍ପାନୀଗୁଡ଼ିକ ନିମନ୍ତେ ଲିପଫ୍ରଗ୍ ଫାଇନାନ୍ସିଆଲ ଇନକ୍ଲୁଜନ ଫଣ୍ଡ ହେଉଛି ବିଶ୍ୱର ପ୍ରଥମ ଏବଂ ସର୍ବବୃହତ ନିବେଶକ ଏବଂ ଏହାର ନିବେଶକଗୁଡ଼ିକ ଭାବରେ ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ (ଆଇଏଫସି), ୟୁରୋପିଆନ ଇନଭେଷ୍ଟମେଣ୍ଟ ବ୍ୟାଙ୍କ (ଇଆଇବି), କେଏଫଡବ୍ଲୁ ଡେଭେଲପମେଣ୍ଟ ବ୍ୟାଙ୍କ, ଜର୍ମାନୀ, ଏଫଏମଓ ଡେଭେଲପମେଣ୍ଟ ବ୍ୟାଙ୍କ ଅଫ ଦି ନେଦରଲ୍ୟାଣ୍ଡସ ଇତ୍ୟାଦି ରହିଛନ୍ତି l ଲିପଫ୍ରଗ୍ ଫାଇନାନ୍ସିଆଲ ଇନକ୍ଲୁଜନ ଫଣ୍ଡର ସମୂହ ବଜାର ବୀମା ଉପରେ ବିଶେଷଜ୍ଞ ଦୃଷ୍ଟି ରହିଛି ଏବଂ ସେହି କମ୍ପାନୀଗୁଡ଼ିକରେ ନିବେଶ କରେ ଯେଉଁମାନେ ''ପରବର୍ତ୍ତୀ ବିଲିୟନ'' ଉଠୁଥିବା ବଜାର ଉପଭୋକ୍ତା ମାନଙ୍କୁ ବୀମା ପ୍ରଦାନ କରନ୍ତି l ଲିପଫ୍ରଗ୍ ଫାଇନାନ୍ସିଆଲ ଇନକ୍ଲୁଜନ ଫଣ୍ଡ ଦୁଇଟି ଦୃଷ୍ଟିରୁ ଅସାଧାରଣ ଜଣାପଡ଼େ, ପ୍ରଥମେ ହେଉଛି ସାମାଜିକ ପ୍ରଭାବ ଉପରେ ଏହାର ଧ୍ୟାନ ଏବଂ ଦ୍ଵିତୀୟରେ ହେଉଛି ବୀମା ଉପରେ ଏହାର ଧ୍ୟାନ l

ଉପର ଲିଖିତ ନେଣଦେଣ ନିମନ୍ତେ ଆପଣଙ୍କର କମ୍ପାନୀ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ, ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଠାରୁ ଜରୁରୀ ଅନୁମୋଦନଗୁଡ଼ିକ ଗ୍ରହଣ କରିଛି l

ଉପରୋକ୍ତ ଅନୁରୂପ, ଏମଆଇବିଏଲ୍‌ ବର୍ତ୍ତମାନ ଏମଏମଏଫଏସଏଲ୍‌ର 85% ସହାୟକ ଅଟେ l ଏମଆଇବିଏଲ୍‌ର 15% ଅଂଶଧନ ଆଇଆରପିଏଲ୍‌ ଅର୍ଜନ କରିଛି l

housing

ଆପଣ ଘର ବୋଲି କହୁଥିବା ଜାଗାଟିକୁ ପ୍ରସ୍ତୁତ କରିବାକୁ ସାରା ଜୀବନ ଲାଗିଯିବ l ମହିନ୍ଦ୍ରା ରୁରାଲ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଏମଆରଏଚଏଫଏଲ)ରେ ଆପଣଙ୍କର ସ୍ୱପ୍ନର ଘର ଆଡକୁ ଆପଣଙ୍କର ଯାତ୍ରାକୁ ଟିକେ ଛୋଟ କରିଦେବାର ଅଭିପ୍ରାୟ ରହିଛି l

ସ୍ୱଳ୍ପ ବ୍ୟୟଯୁକ୍ତ ଏବଂ ସରଳ ଋଣଗୁଡ଼ିକ ପ୍ରଦାନକରି ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳର ପରିଦୃଶ୍ୟକୁ ବଦଳାଇବାର ଉଦ୍ଦେଶ୍ୟ ରଖି ଏମଆରଏଚଏଫଏଲ, ଭାରତର ସର୍ବବୃହତ ଗ୍ରାମୀଣ ହାଉସିଂ ଫାଇନାନ୍ସ କମ୍ପାନୀକୁ ସମାବିଷ୍ଟ କରାଗଲା l ତେଣୁକରି ଗୃହ ନିର୍ମାଣ ହେଉ, କ୍ରୟ ହେଉ, ବିସ୍ତୃତ କିମ୍ବା ବିକାଶ ହେଉ ଏମଆରଏଚଏଫଏଲ ଅଧିକାଂଶ ହୋମ ଫାଇନାନ୍ସ ଅବଶ୍ୟକତାଗୁଡ଼ିକ ନିମନ୍ତେ ଋଣଗୁଡ଼ିକ ପ୍ରଦାନ କରେ l ଆଜି ଏହା ସଫଳତାର ସହିତ 1 ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରେ ଏବଂ ବିଭିନ୍ନ ରାଜ୍ୟର 17,500ରୁ ଅଧିକ ଗ୍ରାମରେ କାର୍ଯ୍ୟ କରେ, ସେଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ, ବିହାର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ l

ବାସ୍ତବରେ, ଗଲେ ଗ୍ରାମୀଣ ଭାରତରେ କେତେକ ପ୍ରମୁଖ ପରିବର୍ତ୍ତନ ନିମନ୍ତେ ଏମଆରଏଚଏଫଏଲ ଦାୟୀ ହୋଇଛି l ଡକ୍ୟୁମେଣ୍ଟଗୁଡ଼ିକର ଅଭାବରୁ ଦୂର ଦୁରାନ୍ତ ଗ୍ରାମର ଲୋକମାନେ ପ୍ରତିଷ୍ଠିତ ଆର୍ଥିକ ସଂସ୍ଥାନଗୁଡ଼ିକ ଠାରୁ ଋଣଗୁଡ଼ିକ ପାଇବାର ସୁଯୋଗ ବହୁତ କମ୍‌ ଥାଏ l ଆଉ ସ୍ଥାନୀୟ ଋଣ ପ୍ରଦାନକାରୀମାନେ ଆହୁରି ବ୍ୟୟ ବହୁଳ ପ୍ରମାଣିତ ହୁଅନ୍ତି l ଏ କ୍ଷେତ୍ରରେ ପୃଷ୍ଠଭୁମିକୁ ଏମଆରଏଚଏଫଏଲ ଆସେ ଏବଂ ସର୍ବନିମ୍ନ କାଗଜପତ୍ର କାମକରି ଶସ୍ତା ମୂଲ୍ୟର ଗୃହ ଋଣଗୁଡ଼ିକ ପ୍ରଦାନ କରେ l

ଏହା ବହୁତ "କଚ୍ଚା" ଏବଂ ମାଟିରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରକ୍ଚରଗୁଡ଼ିକୁ ଇଟା ଏବଂ କଂକ୍ରିଟରେ ନିର୍ମିତ "ପକ୍କା" ଗୃହ ଗୁଡ଼ିକରେ ଉନ୍ନୀତ କରିବାରେ ସାହାଯ୍ୟ କରିଛି, ଗୃହଗୁଡ଼ିକର ଚଟାଣକୁ ଖଦଡ଼ ସିମେଣ୍ଟରୁ ଟାଇଲସରେ ପରିବର୍ତ୍ତନ କରୁଛି l ସଂକ୍ଷେପରେ କହିଲେ, କୁଡ଼ିଆଗୁଡ଼ିକ ଘର ହୋଇଯାଇଛି ଏବଂ ସବୁ ସ୍ୱପ୍ନ ବାସ୍ତବ ହୋଇଛି l

ଏମଏମଏଫଏସଏଲର ଏକ ସହାୟକ ଅଟେ, ଏପ୍ରିଲ 9, 2007ରେ ମହିନ୍ଦ୍ରା ରୁରାଲ ହାଉସିଂ ଫାଇନାନ୍ସକୁ ସମାବିଷ୍ଟ କରାଗଲା ଏବଂ ଅଗଷ୍ଟ 13, 2007ରେ ନ୍ୟାସନାଲ ହାଉସିଂ ବ୍ୟାଙ୍କରୁ ହାଉସିଂ ଫାଇନାନ୍ସ ସଂସ୍ଥାନର ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ଗୋଟିଏ ପଞ୍ଜିକରଣ ପ୍ରମାଣପତ୍ର ପ୍ରାପ୍ତ କରିଲା l ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼ (ଏମଏମଏଫଏସଏଲ) ଏମଆରଏଚଏଫଏଲର 87.5% ଇକ୍ୱିଟି ରଖେ ଏବଂ ନ୍ୟାସନାଲ ହାଉସିଂ ବ୍ୟାଙ୍କ (ଏନଏଚବି) ଅବଶିଷ୍ଟ 12.5% ରଖେ l ଏନଏଚବି ହେଉଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ପୂର୍ଣ୍ଣ ମାଲିକାନା ଥିବା ଏକ ଗୌଣ କମ୍ପାନୀ l

ଆମର ଉଦ୍ଦେଶ୍ୟ:

"ଗ୍ରାମୀଣ ଜୀବନଗୁଡ଼ିକୁ ବଦଳାଇବା, ଏକାଠି"

ଦୟାକରି ପରିଦର୍ଶନ ମହିନ୍ଦ୍ରା ହୋମ ଫାଇନାନ୍ସ ପ୍ରଦାନ କରାଯାଉଥିବା ସମ୍ପୂର୍ଣ୍ଣ ସେବାଗୁଡ଼ିକ ଦେଖିବା ପାଇଁ ଦୟାକରି ୱେବସାଇଟ ପରିଦର୍ଶନ କରନ୍ତୁ l

ମହିନ୍ଦ୍ରା ଟ୍ରଷ୍ଟି କମ୍ପାନୀ ପ୍ରାଇଭେଟ ଲିମିଟେଡ଼,କମ୍ପାନିଜ ଅଧିନିୟମ, 1956 ଅଧୀନରେ ସମାବିଷ୍ଟ ହୋଇଥିବା ଗୋଟିଏ କମ୍ପାନୀ ଯାହା ମହିନ୍ଦ୍ରା ମ୍ୟୁଚୁଆଲ ଫଣ୍ଡ ନିମନ୍ତେ ଟ୍ରଷ୍ଟି ଅଟେ l ଆମର ଟ୍ରଷ୍ଟିମାନଙ୍କ ବୋର୍ଡ଼ରେ ରହିଥିବା ବ୍ୟକ୍ତିମାନେ ହେଲେ, ଶ୍ରୀମାନ. ମନୋହର ଜି. ଭିଡେ-ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ, ଶ୍ରୀମାନ. ନରେନ୍ଦ୍ର ମୈରପାଡି -ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ପୂର୍ବତନ ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ, ଶ୍ରୀମାନ ଗୌତମ ଜି. ପାରେଖ- ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆର ଫେଲୋ ମେମ୍ବର ଏବଂ ଶ୍ରୀମାନ ଦେବବ୍ରତ ବନ୍ଦ୍ୟପାଧ୍ୟାୟ- ଟଚଷ୍ଟୋନ କନ୍ସଲଟିଙ୍ଗର ପ୍ରତିଷ୍ଠାତା ଏବଂ ସିଇଓ l (ସେମାନଙ୍କର ପୂର୍ଣ୍ଣ ପ୍ରୋଫାଇଲ ଦେଖିବା ନିମନ୍ତେ ଏଠାରେ କ୍ଲିକ କରନ୍ତୁ)

ଟ୍ରଷ୍ଟି କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଏବଂ ଆସେଟ ପରିଚାଳନା କମ୍ପାନୀ ଦ୍ୱାରା ପ୍ରୟୋଗ କରାଯାଇଥିବା ପଦ୍ଧତି ଏବଂ ବ୍ୟବସ୍ଥାଗୁଡିକୁ ପର୍ଯ୍ୟବେକ୍ଷଣ କରେ ଏବଂ ଏହା ନିବେଶକ ମାନଙ୍କ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରେ l

ମହିନ୍ଦ୍ରା ଆସେଟ ମ୍ୟାନେଜମେଣ୍ଟ କମ୍ପାନୀ ପ୍ରାଇଭେଟ ଲିମିଟେଡ଼ କମ୍ପାନିଜ ଅଧିନିୟମ 1956 ଅଧୀନରେ ସମାବିଷ୍ଟ ହୋଇଥିବା ଗୋଟିଏ କମ୍ପାନୀ ଯାହାକି ମହିନ୍ଦ୍ରା ମ୍ୟୁଚୁଆଲ ଫଣ୍ଡର ନିବେଶ ପରିଚାଳକ ଅଟେ l ଏହା l ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼ (ଏମଏମଏଫଏସଏଲ)ର ପୂର୍ଣ୍ଣ ମାଲିକାନା ଥିବା ଗୌଣ କମ୍ପାନୀ ଅଟେ l ଏମଏଏମସିପିଏଲ ର ନିର୍ଦ୍ଦେଶକ ବୋର୍ଡ ଏହି ବ୍ୟକ୍ତିଙ୍କ ଦ୍ୱାରା ଅଳଙ୍କୃତ କରାଯାଏ, ଶ୍ରୀମାନ ଭି ରବି ରାୟ–କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଏମଏମଏଫଏସଏଲର ସିଏଫଓ, ଶ୍ରୀମାନ ଗୌତମ ଦିବାନ - ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ)ର ଫେଲୋ ମେମ୍ବର, ପ୍ରଫେସର ଜି. ସେଥୁ– ଡିନ, ଆଇଆଇଏମ ତ୍ରିଚି ଏବଂ ଶ୍ରୀମାନ ଆଶୁତୋଷ ବିଷ୍ଣୋଇ – ଏମଡି ଏବଂ ସିଇଓ, ଏମଏଏମସିପିଏଲ l

ଅନ୍ୟ ଜିନିଷ ଗୁଡ଼ିକ ମଧ୍ୟରେ ସାହାଯ୍ୟ କରିବା ପାଇଁ, ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏବଂ ବୃଦ୍ଧି କରିବା ପାଇଁ, ଶିକ୍ଷା, ନିଯୁକ୍ତି, କର୍ମ ଦକ୍ଷତାଗୁଡ଼ିକ ଏବଂ ଧାରଣକ୍ଷମ ଜୀବିକା, ଆରୋଗ୍ୟକରୀ ଏବଂ ପ୍ରତିକାରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପାୟଗୁଡ଼ିକ; ପରିଚ୍ଛନ୍ନତା ଏବଂ ନିରାପଦ ପାନୀୟ ଜଳର ଉପଲବ୍ଧତାକୁ ବୃଦ୍ଧି କରିବା ନିମନ୍ତେ; କ୍ଷୁଧା, ଦାରିଦ୍ର୍ୟ, ଏବଂ ଅପପୃଷ୍ଟି ଦୂରୀକରଣ ଉପାୟଗୁଡ଼ିକ; ଧାରଣକ୍ଷମତା ପରିବେଶଗତ ଏବଂ ପରିସଂସ୍ଥାନଗତ ସନ୍ତୁଳନ ଇତ୍ୟାଦିର ବୃଦ୍ଧି ନିମନ୍ତେ ମହିନ୍ଦ୍ରା ଫାଇନାନ୍ସ ସିଏସଆର ଫାଉଣ୍ଡେସନକୁ କମ୍ପାନିଜ ଆକ୍ଟ, 2013, ଭାଗ 8 ଅଧୀନରେ ଅଂଶଧନଗୁଡ଼ିକ ଦ୍ୱାରା ଲାଭ ନିମନ୍ତେ ଉଦ୍ଧିଷ୍ଟ ନଥିବା ଏକ କମ୍ପାନୀ ଲିମିଟେଡ଼ ଭାବରେ ଏପ୍ରିଲ 2, 2019ରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼ (ଏମଏମଏଫଏସଏଲ)ର ପୂର୍ଣ୍ଣ ମାଲିକାନା ଥିବା ଏକ ସହାୟକ ଭାବରେ ସମାବିଷ୍ଟ କରାଯାଏ l

 

ସମ୍ପର୍କ କରନ୍ତୁ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ଼୍
4ର୍ଥ ମହଲା, ମହିନ୍ଦ୍ରା ଟାୱାର୍ସ,,
ପି.କେ. କୁର୍ନେ ଚୌକ, ଓର୍ଲି,,
ପି.କେ. କୁର୍ନେ ଚୌକ, ଓର୍ଲି,,
ମୁମ୍ବାଇ 400 018.

ଏଠାରେ କ୍ଲିକ୍‌ କରନ୍ତୁ ଆପଣଙ୍କର ନିକଟତମ ମହିନ୍ଦ୍ରା ଫାଇନାନ୍ସ ଶାଖାର ଅବସ୍ଥିତି ଜାଣିବା ପାଇଁ ମହିନ୍ଦ୍ରା ଫାଇନାନ୍ସିଆଲ

Calculate Your EMI

  • Diverse loan offerings
  • Less documenation
  • Quick processing
Loan Amount
Tenure In Months
Rate of Interest %
Principal: 75 %
Interest Payable: 25 %

For illustration purpose only

Total Amount Payable

50000